Odisha Link
Bridging the Missing Links in Odisha

ଓଡ଼ିଶାରେ ଫେରିବକି ଲକ୍‌ଡାଉନ୍? ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଦେଶର କେତେକ ସ୍ଥାନରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହାଫଳରେ କିଛି ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରବିବାର ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟବାସୀଙ୍କୁ ନବୀନ କହିଛନ୍ତି ଯେ, ଓଡ଼ିଶା କରୋନା ନିୟନ୍ତ୍ରଣରେ ସକ୍ଷମ ହୋଇଛି। ତେବେ ଏବେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନାହିିଁ । ମହାରାଷ୍ଟ୍ର, ପଞ୍ଜାବ ଭଳି କେତେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ଲକଡାଉନ ପୁଣି ଫେରିଛି। କରୋନା ଆମ ଅର୍ଥନୀତି ଓ ପାଠପଢ଼ା ଆଦିକୁ ପ୍ରଭାବିତ କରିଛି । ଆପଣମାନଙ୍କର ତ୍ୟାଗ ଓ ସତର୍କତା ଯୋଗୁଁ ଆମେ କରୋନାର ମୁକାବିଲା କରିପାରିଛୁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଆମକୁ ପ୍ରଶଂସା କରିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଏଥିସହିତ ଲକଡାଉନ ସ୍ଥିତି ଯେଭଳି ନଫେରିବ ସେଥିପ୍ରତି ଆମେ ସତର୍କ ରହିବା ଦରକାର। ତେଣୁ ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା ଦରକାର । ମୁହଁ, ନାକ ଆଦିରେ ହାତ ମାରିବା ନାହିଁ । ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି କରିବା ନାହିଁ। ରାଜ୍ୟରେ ଏବେ ଟିକାକରଣ ଜାରି ରହିଛି । ଏଦିଗରେ ମୁଁ ଆପଣମାନଙ୍କର ସହଯୋଗ କାମନା କରୁଛି । କରୋନା ଯୁଦ୍ଧରେ ଆମେ ବହୁ କରୋନା ଯୋଦ୍ଧାକୁ ହରାଇଛେ। ସେମାନଙ୍କ ପରିବାରର ଆଖିରୁ ଏଯାଏଁ ବି ଲୁହ ଶୁଖିନାହିଁ। କରୋନା ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Comments are closed.