Odisha Link
Bridging the Missing Links in Odisha

ଯୁବକଙ୍କୁ ହତ୍ୟା ଘଟଣା, ୧୩ ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: କମିଶନରେଟ୍‌ ପୋଲିସକୁ ଆଉ ଏକ ସଫଳତା। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟାକାଣ୍ଡ ମାମଲା। ୧୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ। ଅପରାହ୍ନରେ ପ୍ରେସମିଟରେ ହତ୍ୟାକାଣ୍ଡ ବାବଦରେ ଖୁଲାସା କରିବ ପୋଲିସ।

ସୂଚନାଯୋଗ୍ୟ ଯେ, ୨୦୦୮ରେ ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ୨୦୦୮ ଅକ୍ଟୋବର ୧୦ ତାରିଖରେ ହତ୍ୟା କରାଯାଇଥିଲା। ଏବଂ ଚକେଇସିଆଣି ନିକଟ ରାସ୍ତାକଡରୁ କାର ଭିତରୁ ମିଳିଥିଲା ସୁମନ୍ତଙ୍କ ମୃତଦେହ।

ତେବେ ହତ୍ୟାକାଣ୍ଡରେ କଣ ସବୁ ବ୍ୟବହାର କରାଯାଇଥିଲା। ଏଥିରେ କିଏ କିଏ ସାମିଲ ଥିଲେ ସେନେଇ ବର୍ତ୍ତମାନ ସୁଧା ପୋଲିସ କୌଣସି ସୂଚନା ଦେଇନାହିଁ। ତେବେ ଘଟଣା ସମ୍ପର୍କରେ ଅପରାହ୍ନ ୧୨.୩୦ରେ ହତ୍ୟାକାଣ୍ଡ ବାବଦରେ ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବ।

ତେବେ ଏହାକୁ ପୋଲିସ କମିଶନର ବଡ଼ ସଫଳତା ବୋଲି କୁହାଯାଉଛି। ଗତଥର ୨୨ବର୍ଷ ତଳର ଅଭିଯୁକ୍ତକୁ ଗିରଫ କରାଯିବା ପରେ ଏବେ ୧୩ବର୍ଷ ତଳର ଘଟଣାର ପର୍ଦ୍ଦାଫାସ ହେବାକୁ ଯାଉଛି।

Comments are closed.