Odisha Link
Bridging the Missing Links in Odisha

ବିବାହ ପୂର୍ବରୁ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗିର: ବାହାଘର ଠିକ୍‌ ହୋଇଯାଇଥିବା ବେଳେ କିଛି ଦିନ ତଳେ ସରିଥିଲା ନିର୍ବନ୍ଧ। ଆଉ ଦୁଇ ମାସ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ମାତ୍ର ଏହା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଯୁବକ ଜଣଙ୍କ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବୁରୋଭାଡି ଗାଁରେ। ଶ୍ରମିକ ଭାବରେ କାମ କରୁଥିବା ସଚ୍ଚିଦାନନ୍ଦ ମାଝି ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି।

ସୂଚନା ମୁତାବକ, ଆଜି ନିଜ ଚାଷ ଜମିର ଏକ ପଳାସ ଗଛରେ ବେକରେ ଗାମୁଛା ଲାଗାଇ ଆତ୍ମହତ୍ୟା କରଛନ୍ତି ସଚ୍ଚିଦାନନ୍ଦ। ଏନେଇ ଖବର ପାଇ ପୁଇଁନ୍ତଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୋଷ୍ଟମୋର୍ଟମ ପାଇଁ ପଠାଇଛି।

ସଚ୍ଚିଦାନନ୍ଦଙ୍କ ଆତ୍ମହତ୍ୟା ସମ୍ପର୍କରେ ପରିବାର ଲୋକେ କିଛି କହୁନାହାନ୍ତି। ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ପୁଲିସ ଏନେଇ ତଦନ୍ତ ଜାରି ରଖିଛି।ଆସନ୍ତା ମେ ୩ ତାରିଖରେ ତରଭା ଥାନା ସରଗଜ ଗାଁରେ ବିବାହ ହୋଇଥାନ୍ତା।

Comments are closed.