Odisha Link
Bridging the Missing Links in Odisha

ସ୍ତମ୍ଭକାର ଉପେନ୍ଦ୍ର ବିଶ୍ବାଳଙ୍କର “ଉତ୍ତରଣର ଉପପାଦ୍ୟ” ଓ “ପିଲାଙ୍କ ଜୀବନ ବର୍ଣ୍ଣବୋଧ” ଲୋକାର୍ପିତ

ଭୁବନେଶ୍ୱର: ସ୍ତମ୍ଭକାର ଉପେନ୍ଦ୍ର ବିଶ୍ବାଳଙ୍କ “ଉତ୍ତରଣର ଉପପାଦ୍ୟ” ଓ “ପିଲାଙ୍କ ଜୀବନ ବର୍ଣ୍ଣବୋଧ” ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ପରିସରରେ ପୁସ୍ତକ ଲୋକାର୍ପିତ ହୋଇଛି। ଲୋକାର୍ପଣ ଉତ୍ସବରେ ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଚିକିତ୍ସକ ତଥା ସାହିତ୍ୟିପ୍ରାଣ ଅଶୋକ ମହାପାତ୍ର, ବେଦଜ୍ଞ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଓ ସୁଚିନ୍ତାକ ସୁଵକ୍ତା’ ତଥା ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଯୋଗଦେଇ ଭିନ୍ନ ସ୍ୱାଦର ଏହି ପୁସ୍ତକ ଦୁଇଟିର ଉଚ୍ଚ ପ୍ରଶଂସା କରିଥିଲେ।

ଓଡ଼ିଶା ଲେଖକ ସମବାୟ ସମିତିର ଆବାହକ ତଥା ସାହିତ୍ୟ ସଂଗଠକ ରମାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଲେଖକ ଉପେନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶେଫାଳି ପ୍ରକାଶନୀର ପ୍ରକାଶକ ସଞ୍ଜୟ ନାୟକ ଦୁଇଟି ଶବ୍ଦରେ ନିଜକଥା ରଖିଥିଲେ। ପ୍ରଥମେ କଣ୍ଠଶିଳ୍ପୀ ଗୀତିଶ୍ରୀ ଜେନା ସ୍ୱାଗତ ବନ୍ଦନା ଗାନ କରିଥିଲାବେଳେ ଶେଷରେ ଓଁକାର ପ୍ରକାଶନୀର ପ୍ରକାଶକ ସୁକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସାରା ରାଜ୍ୟରୁ ଶତାଧିକ ‘ଉପେନ୍ଦ୍ର’ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

ଭାରତ ଏକ ଭୂଖଣ୍ଡ ନୁହଁ, ଏହା ଏକ ଚେତନସତ୍ତା। ଭାରତୀୟତା ଏକ ବିଚାର, ଏକ ଜୀବନ ଦର୍ଶନ। ସୁଖମୟ ଶାନ୍ତିଭରା ବିଶ୍ୱପାଇଁ ଭାରତୀୟତା ଶ୍ରେଷ୍ଠ ବିକଳ୍ପ। ଏହିକଥାକୁ ସାରାବିଶ୍ଵ ମଧ୍ୟ ହୃଦବୋଧ କଲାଣି ଆଜି। ୟୁରୋପ ଆମେରିକା ସମେତ ଇସ୍ଲାମିକ ଦେଶରେ ମଧ୍ୟ ଭାରତୀୟତା ପ୍ରତି ଆଦର ବଢି ବଢି ଚାଲିଛି। ବିଶ୍ୱର ଦ୍ଵିତୀୟ ହିନ୍ଦୁ ବହୁଳ ରାଷ୍ଟ୍ର ଭାବେ ଆମେରିକା ଆଜି ପରିଚିତ ହେଉଛି। ପାର୍ଥିବ ସୁଖ ପଛରେ ପାଗଳ ପ୍ରାୟ ଦୌଡୁଥିବା ସମୃଦ୍ଧିତମ ଦେଶର ଲୋକେ ଆଜି ପଥରକୁ ବି ପୂଜା କଲେଣି। ପଥର ପାହାଡ଼ ଯେ ପ୍ରକୃତିର ଏକ ଅଙ୍ଗ ଏବଂ ଆମ ନିଜର ଅସ୍ତିତ୍ୱ ପାଇଁ ପ୍ରକୃତିପ୍ରତି ମମତାଭାବ ଯେ ଏକାନ୍ତ ଜରୁରୀତାହା ସେମାନେ ଉପଲବ୍ଧି କଲେଣି।

ପ୍ରକୃତି ଉପାସନା ସହିତ ସାଦ ଜୀବନ ଓ ଉଚ୍ଚବିଚାର ହେଉଛି ଭାରତର ମୌଳିକ ଜୀବନ ଦର୍ଶନ। ଏହିପରି ଏକ ଉଦ୍ଦାତ୍ତ ବିଚାରବୋଧ ଠାରୁ ଦୁରେଇଯିବା ଅର୍ଥ ନିଜ ଅନର୍ଥକୁ ଆମନ୍ତ୍ରଣ କରିବା। ଏଣୁ ଆମେ ଭାରତୀୟ ମାନେ ନିଜକୁ ଆଗେ ଚିହ୍ନିବା ଓ ଜାଣିବା ଉଚିତ। ଗୌରବ ଗାରୀମାଯୁକ୍ତ ଆମ ଜୀବନ ଦର୍ଶନ ଭିତରେ ନିହିତ ଅଛି ଜୀବନର ଉତ୍ତରାଣର ନାନାବିଧ ଉପାୟ। ଯାହାକି ପ୍ରତିଫଳିତ ହୋଇଛି ସ୍ତମ୍ଭକାର ଉପେନ୍ଦ୍ର ବିଶ୍ବାଳଙ୍କ ଲୋକାର୍ପିତ ପ୍ରବନ୍ଧ ପୁସ୍ତକ “ଉତ୍ତରଣର ଉପପାଦ୍ୟ” ଓ “ପିଲାଙ୍କ ଜୀବନ ବର୍ଣ୍ଣବୋଧ” ବହି ଦୁଇଟିରେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

Comments are closed.