Odisha Link
Bridging the Missing Links in Odisha

ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ଆୟତାଧିନ: ଫରେଷ୍ଟ ଫାୟାର ଟାସ୍କ ଫୋର୍ସ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଓ ବନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଦ୍ବାରା ନିଆଯାଇଥିବା ୨୪X୭ ଘଣ୍ଟିଆ ଉଦ୍ୟମ ଫଳରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନିକୁ ପ୍ରଶମନ ଓ ଆୟତାଧିନ କରାଯାଇପାରିଛି। ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟକୁ ଆସିଥିବା‌ କେନ୍ଦ୍ରୀୟ ଦଳ, ସେମାନଙ୍କର କ୍ଷେତ୍ର ପରିଦର୍ଶନ ସମାପ୍ତ କରିସାରି ରାଜ୍ୟ ସରକାରଙ୍କ ସହ ଏବାବଦରେ ଆଲୋଚନା କରିଛନ୍ତି ଓ ପରେ ସରକାରଙ୍କୁ ପରାମର୍ଶ ପ୍ରଦାନ କରିବେ। ରାଜ୍ୟ ବନାଗ୍ନି ପରିସ୍ଥିତିକୁ ହ୍ରାସ କରିବା ନିମନ୍ତେ କ୍ଷେତ୍ର ଅଧିକାରୀମାନେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଓ ସଜାଗ ଅଛନ୍ତି। ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ଆୟତାଧିନ ରହିଛି ।

Comments are closed.