Odisha Link
Bridging the Missing Links in Odisha

କଟକଣା ଭିତରେ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା

ଭୁବନେଶ୍ବର: ଚଳିତ ବର୍ଷ ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି ମିଳିଛଇ। ଏନେଇ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନା କଟକଣାକୁ ମାନି ୭ ଦିନ ମଧ୍ୟରେ ଯାତ୍ରା କରାଇବାକୁ କୁହାଯାଇଛି।

ଏହା ସହିତ ପରବର୍ତ୍ତୀ ସମୟରେ ଏହି ଅବଧି ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି। ଏହି ଅବସରରେ ବେଶ ଓ କଳାକୁଞ୍ଜ ବନ୍ଦ ରଖିବା ନିର୍ଦ୍ଦେଶ ଦିଆଯିବା ସହ ଆସନ୍ତା କାଲି ଦେଶୀ ବେହେରା ସାହିକୁ ଶୁଭଖୁଣ୍ଟି ଆସିବ ବୋଲି କୁହାଯାଇଛି। ପରବର୍ତ୍ତୀ ସମୟରେ ଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି।

Comments are closed.