Odisha Link
Bridging the Missing Links in Odisha

ତାମିଲନାଡ଼ୁ ନିର୍ବାଚନ: ଦୁଇ ନାବାଳିକାଙ୍କୁ ନିର୍ବାଚନୀ ପ୍ରଚାରରେ ସାମିଲ କରି ଅଡ଼ୁଆରେ ମନ୍ତ୍ରୀ

ଚେନ୍ନାଇ: ରାଜନୀତିର ରଙ୍ଗରେ ରଙ୍ଗେଇ ହେଲାଣି ତାମିଲନାଡ଼ୁ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତତି ଚଳାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏଥିପାଇଁ ରାଜ୍ୟ ରାଜନୀତିରେ ତାତି ମଧ୍ୟ ବଢ଼ିବାରେ ଲାଗିଛି।

ଏସବୁ ମଧ୍ୟରେ ତାମିଲନାଡୁର ସ୍ବାସ୍ଥ୍ୟମନ୍ତ୍ରୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବାବେଳେ ତାଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲଙ୍ଘନର ଅଭିଯୋଗ।

ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ଆଚରଣ ବିଧି ଲାଗୁ କରିବା ସହ ନିୟମାବଳୀ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, କୌଣସି ଶିଶୁ ନିର୍ବାଚନ ଅଭିଯାନରେ ଜଡିତ ହେବେ ନାହିଁ। ତେବେ ମନ୍ତ୍ରୀ ବିଜୟ ଭାସ୍କର ତାଙ୍କର ଦୁଇ ଝିଅଙ୍କ ସହ ଅନେକ ସ୍ଥାନରେ ପ୍ରଚାର କରୁଥିବା ଦେଖାଯାଉଛି। କିନ୍ତୁ ଅଭିଯୋଗର କାରଣ ହେଉଛି ତାଙ୍କର ଦୁଇ ଝିଅ ନାବାଳିକା ବୋଲି ଜଣାପଡିଛି । ଜଣଙ୍କ ବୟଷ ୧୫ ବର୍ଷ ହୋଇଥିବାବେଳେ ଅନ୍ୟ ଜଣେ ୧୦ ବର୍ଷ ବୟସର ବୋଲି ସୂଚନା ରହିଛି ।

ତେବେ ଏହି ଘଟଣାରେ ନିର୍ବାଚନୀ ଆଚରଣ ବିଧି ଉଲଙ୍ଘନ ହେଉଥିବା ଦର୍ଶାଇ ନିର୍ବାଚନ କମିଶନ ଏହାକୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବିରୋଧୀ ।

Comments are closed.