Odisha Link
Bridging the Missing Links in Odisha

ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନାଗିରି: ମାଓବାଦୀ ମାନଙ୍କର ବର୍ବରତା କାଣ୍ଡ ଦେଖିବାକୁ ମିଳିଛି। ଯବାନଙ୍କୁ ପ୍ରଥମେ ଅପହରଣ ଏବଂ ପରେ ହତ୍ୟା କରିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ। ମାଓବାଦୀ ମାନେ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶ୍ୱଶୁର ଘରକୁ ଯିବା ବେଳେ ଗତକାଲି ଯବାନଙ୍କୁ ମାଓବାଦୀ ମାନେ ଅପହରଣ କରିନେଇଥିଲେ। ଆଉ ଆଜି ନିର୍ମମ ଭାବେ ହତ୍ୟା କରି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇଛନ୍ତି। କନଷ୍ଟେବଳ ସନ୍ନୁ ପୁନେମଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ହତ୍ୟା ପରେ ଶବକୁ ଏକ ସ୍କୁଲ ନିକଟରେ ଫିଙ୍ଗି ଦିଆଯାଇଥିଲା। ଘଟଣା ସ୍ଥଳରେ ଏସପି କମଲୋଚନ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ତେବେ ରାଜ୍ୟରେ ମାଓବାଦୀ ମାନଙ୍କର ସଂଖ୍ୟା କମିଛି। ଆଗରୁ ଯେତିକି ପରିମାଣରେ ମାଓବାଦୀ ଆତଙ୍କ ଖେଳାଉଥିଲେ ସେଥିରେ ରୋକ ଲାଗିଛି। କିନ୍ତୁ କିଛି ପରିମାଣରେ ଥିବା ମାଓବାଦୀ ସେମାନଙ୍କର ଉପସ୍ଥିତି ଜାହିର କରିବା ପାଇଁ ଏଭଳି କାଣ୍ଡ ଘଟାଇ ଚାଲିଛନ୍ତି।

Comments are closed.