Odisha Link
Bridging the Missing Links in Odisha

କାୟା ମେଲାଉଛି କରୋନା: ଦିନକରେ ୪୬୯୫୧ ଆକ୍ରାନ୍ତ, ୨୧୨ ମୃତ

ନୂଆଦିଲ୍ଲୀ: ପୁଣି ଥରେ ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା। ଦେଶରେ ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୯୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୧୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୯୬୭କୁ ବୃଦ୍ଧି ପାଇଛି।

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୪୬ ହଜାର ୮୧କୁ ବୃଦ୍ଧି ପାଇଛି। ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୬୪୬ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୧ ଲକ୍ଷ ୫୧ ହଜାର ୪୬୮ରେ ପହଞ୍ଚିଛି। ଗତକାଲି ସୁଦ୍ଧା ୪ କୋଟି ୫୦ ଲକ୍ଷ ୬୫ ହଜାର ୯୯୮ ଜଣ ଟିକା ନେଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.