Odisha Link
Bridging the Missing Links in Odisha

ପରକୀୟା ପ୍ରୀତିକୁ ନେଇ ପୋଲିସ ଦମ୍ପତି ହାତାହାତି

ଭୁବନେଶ୍ୱର: ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ପୋଲିସ ଦମ୍ପତିଙ୍କ ହାତାହାତି ହେବା ଦେଖିବାକୁ ମିଳିଛି। କନେଷ୍ଟବଳ ସ୍ବାମୀଙ୍କ ବିରୋଧରେ ପରକୀୟା ପ୍ରୀତି ଓ ନିର୍ଯାତନା ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ଏକ ଏତଲା ଦିଆଯାଇଛି।

ସୂଚନା ମୁତାବକ, ଏୟାରଫିଲ୍ଡ ଥାନାରେ ପରସ୍ପର ନାମରେ ସ୍ୱାମୀ ଓ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଉଭୟ କନଷ୍ଟେବଳ ଅଲଗା ଅଲଗା ଥାନାରେ କାର୍ଯ୍ୟରତ ଅଛନ୍ତି । ୨୦୦୮ରେ ପ୍ରେମ ବିବାହ କରିଥିଲେ କନେଷ୍ଟବଳ ଦମ୍ପତି। ଉଭୟ ପରସ୍ପର ପ୍ରାୟ ୧୦ ବର୍ଷ ହେଲା ଅଲଗା ରହୁଛନ୍ତି। ଆଜି ଭୀମଟାଙ୍କି ସ୍ଥିତ ସ୍ୱାମୀଙ୍କ ଘରକୁ ସ୍ତ୍ରୀ ଯାଇଥିବାବେଳେ ହାତାହାତି ହୋଇଛନ୍ତି।

ସ୍ୱାମୀଙ୍କ ପରକୀୟା ପ୍ରୀତିରୁ ବିବାଦ ସୃଷ୍ଟି ଅଭିଯୋଗ ଆଣଛନ୍ତି ସ୍ତ୍ରୀ। ସ୍ବାମୀ-ଭୁବନେଶ୍ବର ବଡ଼ଗଡ଼ ଥାନାର କନେଷ୍ଟବଳ ଅମରେଶ ସାହୁ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଆଳି ଥାନାରେ କନେଷ୍ଟବଳ ଅଛନ୍ତି ଅଭିଯୋଗକାରିଣୀ। ପରକୀୟା ପ୍ରୀତିରୁ ଅମରେଶ ଛାଡ଼ପତ୍ର ନୋଟିସ ଦେଇଥିବା ଅଭିଯୋଗ ହୋଇଛି। ପରସ୍ପର ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି ପୋଲିସ ଦମ୍ପତି।

 

Comments are closed.