Odisha Link
Bridging the Missing Links in Odisha

ଡରାଇଲାଣି କରୋନା: ଗୋଟିଏ ଗାଁରୁ ୨୯ ପଜିଟିଭ

ନୂଆପଡ଼ା: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଚିନ୍ତା ବଢ଼ାଇଲା ନୂଆପଡ଼ା ଜିଲ୍ଲାର କୋଭିଡ଼ ସଂକ୍ରମଣ। ସିନାପାଲୀ ବ୍ଲକର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଏବେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।

ଅନ୍ୟପଟେ ରାଜ୍ୟରେ ୩ ବ୍ରିଟେନ୍‌ ଷ୍ଟ୍ରେନ୍ ଠାବ ହୋଇଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ ନେସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍‌.କେ ସିଂହ ସୂଚନା ଦେଇଛନ୍ତି।

୧୮ଟି ରାଜ୍ୟରୁ ମୋଟ୍‌ ୭୭୧ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ। ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଓ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି। ମୋଟ ୭୩୬ ୟୁକେ ଷ୍ଟ୍ରେନ ଭିତରୁ ଓଡ଼ିଶାରୁ ୩ଟି ଥିବା ଏସ୍‌.କେ ସିଂହ ସୂଚନା ଦେଇଛନ୍ତି। ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ ପଞ୍ଜାବରୁ ଚିହ୍ନଟ ହୋଇଛି।

Comments are closed.