Odisha Link
Bridging the Missing Links in Odisha

ସମ୍ବଲପୁରରେ ନାମାଙ୍କନ ଭରିବେ ଧର୍ମେନ୍ଦ୍ର ପ୍ରଧାନ

ଓଏଲ୍‌ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ। ମା ସମଲେଇଙ୍କ ଦର୍ଶନ କରିବା ପରେ ନାମାଙ୍କନ ଭରିବାକୁ ଯିବେ କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି।

ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ସମୟରେ ସମ୍ବଲପୁର ଲୋକସଭା ଆସନ ଅଧିନସ୍ଥ ୭ଟି ବିଧାନସଭା ଆସନର ପ୍ରାର୍ଥୀ ମଧ୍ୟ ଉପସ୍ଥିତ ରହିବେ। ସମଲେଇ ମନ୍ଦିର ଯାଇ ପୂର୍ବାହ୍ନ ୯ଟାରେ ମା’ଙ୍କ ଦର୍ଶନ ପରେ ବାଲିବନ୍ଧା, କୁଂଜେଲପଡା, ଝାଡୁଆପଡା, ପୁରୁଣା ମ୍ଯୁନିସିପାଲଟି ଛକ ଦେଇ ରାଲି ଜିଲ୍ଲାପାଳ ଅଫିସରେ ପହଁଞ୍ଚିବ । ଏହି ରାଲିରେ ଯାଇ ରେଙ୍ଗାଲି ପାଇଁ ନାଉରୀ ନାଏକ ଓ ସମ୍ବଲପୁର ପାଇଁ ଜୟ ନାରାୟଣ ମିଶ୍ର ମଧ୍ୟ ନାମାଙ୍କନ ଦାଖଲ କରିବେ।

Leave A Reply

Your email address will not be published.