Odisha Link
Bridging the Missing Links in Odisha

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେଙ୍କୁ କରୋନା। ମାର୍ଚ୍ଚ ୧୧ରେ ରଶ୍ମୀ କୋଭିଡ ଟିକାର ପ୍ରଥମ ଡୋଜ ନେଇଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଶନିବାର ଉଦ୍ଧବଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ଏହାପରେ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ରଶ୍ମୀଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଗତ ୨୪ ଘଣ୍ଟାରେ ଦେଖାଦେଇଥିବା ମୋଟ ନୂଆ ମାମଲା (୪୦,୭୧୫)ରେ ଏହି ରାଜ୍ୟଗୁଡ଼ିକର ଭାଗ ୮୦.୯୦%।ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ମାମଲା ଆସିଛି। ଏଠାରେ ୨୪,୬୪୫ (୬୦.୫୩%) ନୂଆ କେସ୍‌ ଚିହ୍ନଟ କରାଯାଇଛି।

ଏହା ପଛକୁ ଥିବା ପଞ୍ଜାବରେ ୨,୨୯୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୧,୬୪୦ ନୂଆ ମାମଲା ସାମ୍ନାକୁ ଆସିଛି। ଭାରତର ମୋଟ ସକ୍ରିୟ କରୋନା ମାମଲା ଫେବୃଆରୀ ମଧ୍ୟଭାଗରେ ସର୍ବନିମ୍ନ ସ୍ତରକୁ ଖସିବା ପରେ ଏବେ ବଢ଼ୁଛି। ମଙ୍ଗଳବାର ଏହି ସଂଖ୍ୟା ୩.୪୫ ଲକ୍ଷ (୩,୪୫,୩୭୭) ରହିଛି। ମଙ୍ଗଳବାର ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ମୋଟ ସକ୍ରିୟ ମାମଲାରେ ଆଉ ୧୦,୭୩୧ ଯୋଡ଼ି ହୋଇଛନ୍ତି।

ଦେଶରେ ରହିଥିବା ମୋଟ ସକ୍ରିୟ ମାମଲାରୁ ୭୫.୧୫% ୩ଟି ରାଜ୍ୟ ଯଥା ମହାରାଷ୍ଟ୍ର, କେରଳ ଓ ପଞ୍ଜାବର ରହିଛି। ଦେଶର ମୋଟ ସକ୍ରିୟ ମାମଲାରେ ମହାରାଷ୍ଟ୍ରର ଏକାକୀ ୬୨.୭୧% ରହିଛି। ସେହିପରି ସରକାର ଏବେ କୋଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଏବେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତି ଟିକା ନେଇପାରିବେ। ପୂର୍ବରୁ ୪୫ ବର୍ଷର ବ୍ୟକ୍ତି ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ଟିକା ନେବାର ବ୍ୟବସ୍ଥା ଥିଲା।

Comments are closed.