Odisha Link
Bridging the Missing Links in Odisha

ରାଜ୍ୟରେ ଖାଲି ପଡ଼ିଛି ବିଜ୍ଞାନ ଶିକ୍ଷକ ପଦବୀ

ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଛି ଶିକ୍ଷକ ପଦବୀ। ପ୍ରାୟ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି।ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫ -୧୬ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନ ଘର ନିର୍ମାଣ ପାଇଁ ୫୨୦ କୋଟି ନିବେଶ କରାଯାଇଛି ।

ବିଜ୍ଞାନ ଉପକରଣ ପାଇଁ ୩୫୧କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୫୬୨ ହାଇସ୍କୁଲ୍ରେ ବିଜ୍ଞାନ ଗାର ନିର୍ମାଣ କରାଯାଇଛି। ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନ ଗାର ନିର୍ମାଣ କରିବାକୁ ଯୋଜନା ରହିଛି।

୧୦୦ଟି ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନଗାର ଅଛି। ସି ଏସ ଆର ଫଣ୍ଡରେ ୮୧୯ ସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି। ପୋଷ୍ୟ ସ୍କୁଲ ଜରିଆରେ ୧୦୦ଟି ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି। ୧୦୦ ଟି ଉକର୍ଷ ବିଦ୍ୟାଳୟରେ ବିଜ୍ଞାନଗାର ପ୍ରତିଷ୍ଠା କରାଯାଉଛି।

Comments are closed.