Odisha Link
Bridging the Missing Links in Odisha

ବସ୍‌ ଓ ଟ୍ରକ୍ ମୁହାଁମୁହିଁ, ୧୫ ଆହତ

ବୌଦ୍ଧ: ବସ୍‌ ଓ ଟ୍ରକ୍ ମୁହାଁମୁହିଁ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ଖଜୁରୀପଡା ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ମୁତାବକ, ତିରୁପତି’ ନାମରେ ଏକ ଘରୋଇ ବସ୍‌ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ଖଜୁରିପଡ଼ା ପାଖରେ ହୋଇଥିବା ବେଳେ ରାସ୍ତାର ବିପରୀତ ପଟରୁ ଆସୁଥିବା ଏକ ଟ୍ରକ୍‌ ସହ ବସ୍‌ଟି ମୁହାଁମୁହିଁ ଧକ୍କା ଖାଇଥିଲା। ସ୍ଥାନୀୟ ଲୋକେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ୍‌ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ କାହାରି ଜୀବନହାନି ହୋଇନାହିଁ।

Comments are closed.