ରେଭେନ୍ସାରେ ପରୀକ୍ଷା ନେଇ ବଦଳିଲା ନିଷ୍ପତ୍ତି

କଟକ: ରେଭେନ୍ସାରେ ପରୀକ୍ଷା ନେଇ ବଦଳିଲା ନିଷ୍ପତ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ସ୍ବାଭାବିକ ହେବ। କରୋନା ସ୍ଥିତିରେ ସୁଧାର ଆସିବାରୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ପରିବର୍ତ୍ତନ ହୋଇଛି। ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ପାଠପଢ଼ା ସହ ପରୀକ୍ଷା ମଧ୍ୟ ହେବ। ମାତ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ବାହାର ଲୋକଙ୍କୁ ନିଷେଧ କରାଯାଇଛି। ଏଥିସହ କୋଭିଡ ନିୟମକୁ କଡ଼ାକଡ଼ି କରି ରେଭେନ୍ସାରେ ପାଠପଢ଼ା ହେବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୩ ଜଣ କରୋନା ପଗିଟିଭ ଚିହ୍ନଟ ହେବା ପରେ ପରୀକ୍ଷା ବନ୍ଦ କରାଯାଇଥିଲା। ୧୪ ଦିନ ପାଇଁ ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିଲା। ଯଦି କୌଣସି ନୂଆ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତା’ ଉପରେ ନିଷ୍ପତ୍ତି ନିଆଯିବ ବୋଲି ରେଭେନ୍ସା କୁଳପତି ଅପରାଜିତା ଚୌଧୁରୀ କହିଥିଲେ।