Odisha Link
Bridging the Missing Links in Odisha

ହୋଲି ପାଇଁ କମିଶନରେଟ୍ ପୋଲିସର କଟକଣା

ଭୁବନେଶ୍ୱର: ହୋଲି ପାଇଁ କମିଶନରେଟ୍ ପୋଲିସର କଟକଣା ଜାରି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ହୋଲିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛି କମିଶନରେଟ୍ ପୋଲିସ।

ସରକାରୀ ନିୟମ ଅନୁଯାୟୀ ହୋଲି ଖେଳିବାକୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ନିୟମ ନ ମାନିଲେ କଠୋର ଦଣ୍ଡ ବିଧାନ କରାଯିବ। ଅତି କମ ସଂଖ୍ୟକ ଲୋକଙ୍କୁ ନେଇ ହୋଲି ଖେଳିବାକୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ନେଇ ଲୋକଙ୍କୁ ସଚେତନତା କରାଯାଉଛି। ମାସ୍କ ପିନ୍ଧିବା, ହାତ ପରିସ୍କାର ରଖିବା ଓ ସାମାଜିକ ଦୂରତା ବଜାୟ ରଖିବା ନେଇ ଧ୍ୟାନ ଦେବାକୁ କୁହାଯାଇଛି।

 

Comments are closed.