୩ ଛୁଆଙ୍କୁ ବିଷ ଦେଇ ବିଷ ପିଇଲା ମା

ଭୁବନେଶ୍ୱର: ୩ ଛୁଆଙ୍କୁ ବିଷ ଦେଇ ବିଷ ପିଇଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ। ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ଆତ୍ମହତ୍ୟା ଉଦ୍ୟମ କରିଛି ମାଆ
ସୂଚନା ମୁତାବକ, ୩ ଛୁଆଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ ହୋଇଥିଲା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମାଆକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। କେଉଁ କାରଣରୁ ମହିଳା ଜନକ ଏପରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜଣାପଡି ନାହିଁ।