Odisha Link
Bridging the Missing Links in Odisha

୨୦୨୧ରେ ପ୍ର‌ଥମ: ଦେଶରେ ଦିନକରେ ୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗତବର୍ଷ ସେପ୍ଟେମ୍ୱରରେ ସଂକ୍ରମଣ ସଂଖ୍ୟା ଏପରି ଥିଲା ।

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦେଶରେ କରୋନାର ନୂଆ ଲହରୀ ଏବେ କ୍ରମାଗତ ଭାବେ ବଢ଼ି ଲାଗିଛି। ୨୦୨୧ରେ ଦେଶରେ ପ୍ରଥମ ଥର ପାଇଁ ଦିନକରେ ଏକ ଲକ୍ଷରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୋମବାର ଦିନ ଦେଶରେ ଏକ ଲକ୍ଷ ୩ ହଜାର ମାମଲା ସାମ୍ନାକୁ ଆସିଛି। ଏହାପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୯୭, ୮୯୪ । ଗତବର୍ଷ ସେପ୍ଟେମ୍ୱରରେ ସଂକ୍ରମଣ ସଂଖ୍ୟା ଏପରି ଥିଲା ।

କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବିଗତ ୨୪ ଘଣ୍ଟା ମ୍ୟରେ ଦେଶରେ ୧, ୦୩, ୫୫୮ କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ୫୨, ୮୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୭୮ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ଦେଶମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ବର୍ତ୍ତମାନ ଦେଶରେ ୧,୨୫,୮୯,୦୬୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧,୧୬,୮୨,୧୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଦେଶରେ ଏବେ ସୁଦ୍ଧା ୭, ୪୧, ୮୩୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୧, ୬୫, ୧୦୧ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.