ପୁଣି ନିଆଳିରେ ଅଜଣା ଜନ୍ତୁ ଆତଙ୍କ

ନିଆଳି: ପୁଣି କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ। ଗତ ଗୁରୁବାର ରାତିରେ ବାଘମାରା ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ମେଣ୍ଢା ଗୁରୁତର ହୋଇଥିଲେ। ଗତ କାଲି ରାତିରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୪ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି।
Related Posts
ସୂଚନା ମୁତାବକ, ନିଆଳି ବ୍ଲକ ତିହୁଡି ପଞ୍ଚାୟତ ବଘମରା ଗ୍ରାମର ବିରଞ୍ଚି ଦାସଙ୍କ ଗୁହାଳରେ ଏଭଳି ଘଟଣା ଝଟିଛି। ଅଜଣା ଜନ୍ତୁ ଆକ୍ରମଣରେ ୪ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି।
ଗତ ୨ ବର୍ଷ ତଳେ ଅଜଣା ଜନ୍ତୁ ଆକ୍ରମଣରେ ନିଆଳିରେ ସହ ସହ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣି ଅଜଣା ଜନ୍ତୁର ଆକ୍ରମଣ ଆରମ୍ଭ ହୋଇଥିବାରୁ ନିଆଳି ଆତଙ୍କ ଖେଳି ଯାଇଛି।