Odisha Link
Bridging the Missing Links in Odisha

ଜଷ୍ଟିସ୍‌ ଏନ୍.ଭି ରମନା ପରବର୍ତ୍ତୀ CJI, ୨୪ରେ ନେବେ ଶପଥ

ଜଷ୍ଟିସ୍‌ ଏନ୍.ଭି ରମନା ନେବେ ଏସ୍‌ ଏ ବୋବଡେଙ୍କ ସ୍ଥାନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଏନ୍.ଭି ରମନା। କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର । ଆସନ୍ତା ୨୪ ତାରିଖରେ ପରବର୍ତ୍ତୀ CJI ଭାବେ ଶପଥ ନେବେ ଜଷ୍ଟିସ୍‌ ଏନ୍.ଭି ରମନା।

ଜଷ୍ଟିସ୍‌ ଏନ୍‌ ଭି ରମନା ଦେଶର ୪୮ ତମ ମୁଖ୍ୟ ବିଚାରପତି ଭାବେ ନେବେ ଶପଥ‌। ଏପ୍ରିଲ ୨୪ ତାରିଖରେ ଶ୍ରୀ ରମନା ଏହି ଦାୟିତ୍ବ ଗ୍ରହଣ କରି ୨୦୨୨ ଅଗଷ୍ଟ ୨୬ ତାରିଖ ଯାଏଁ କାର୍ଯ୍ୟ ତୁଲାଇବେ।

ବୋବ୍‌ଡ଼େଙ୍କ ପରେ ବିଚାରପତି ଏନ୍‌ଭି ରମନା ହେଉଛନ୍ତି ସୁପ୍ରିମ୍‌ କୋର୍ଟର ସବୁଠୁ ବରିଷ୍ଠ ବିଚାରପତି। ୧୯୫୭ ଅଗଷ୍ଟ ୨୭ରେ ଜନ୍ମିତ ବିଚାରପତି ରମନା ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ରହିବେ। ଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରର ପୁଅ ରମନା ୨୦୦୦ ମସିହା ଜୁନ୍‌ ମାସରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୪ ଫେବ୍ରୁଆରିରେ ସୁପ୍ରିମ୍‌ କୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ।

Leave A Reply

Your email address will not be published.