Odisha Link
Bridging the Missing Links in Odisha

ଡାକ୍ତରଖାନାରୁ ବାହାରିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କଲିକତା: ଡାକ୍ତରଖାନାରୁ ସୁସ୍ଥ ହୋଇ ବାହାରିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଡାକ୍ତରୀ ଟିମ୍ ତାଙ୍କର ଅବସ୍ଥା ଯାଞ୍ଚ କରିବା ପରେ ହୁଇଲ ଚେୟାରରେ ତାଙ୍କୁ ଡିସଚାର୍ଜ କରିବାକୁ ଅନୁମତି ଦେଇଛନ୍ତି।

ମମତାଙ୍କୁ ଏକ ହୁଇଲ ଚେୟାରରେ ବସାଇ ଡାକ୍ତରଖାନାରୁ ଅଣାଯାଇଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଗତ ବୁଧବାର ଦିନ ନାମାଙ୍କନ କରି ଫେରିବା ସମୟରେ ବୁରୁଲିଆରେ ତାଙ୍କ ଗୋଡ଼ରେ ଜୋରଦାର ଆଘାତ ଲାଗିଥିଲା। ମମତା ଅଭିଯୋଗ ଆଣିଥିଲେ ତାଙ୍କ ଉପରେ ବିଜେପି କର୍ମୀ ଆକ୍ରମଣ କରିଥିଲେ।

ଏହାକୁ ନେଇ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି। ଏହାରି ଭିତରେ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ଦଳ। ଆସନ୍ତା ୧୪ ତାରିଖରେ ଟିଏମସି ଜାରି କରିବ ନିର୍ବାଚନ ଇସ୍ତାହାର।

ଏହା ଆଗରୁ ଆଜି ମମତା ଡାକ୍ତରଖାନାରୁ ବାହାରିବା, ଦଳୀୟ ସମର୍ଥକ ଓ କର୍ମୀଙ୍କୁ ନିଶ୍ଚୟ ବଳ ଯୋଗାଇବ। ମମତା ଏବେ ଡାକ୍ତରଖାନାରୁ ମୁକ୍ତ ହୋଇଥିଲେ ମଧ୍ୟ ସାଧାରଣ ଭାବେ ଚଳପ୍ରଚଳ କରିବାକୁ ଡାକ୍ତରମନା କରିଛନ୍ତି। ଦିଦିଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ଏହାର ପଟି କରାଯାଇଛି।

Comments are closed.