Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା ଗସ୍ତରେ ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ

କେନ୍ଦ୍ରାପଡ଼ା: ମିଶନଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ ଆଜି କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି। ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ କରାଯାଇଥିବା ବେଳେ ଏହି ବିଭାଗକୁ କିପରି ଲୋକାଭିମୁଖୀ କରାଯିବ, ମହିଳାମାନେ କିପରି ଉନ୍ନତି କରିବେ ଏବଂ ସରକାରଙ୍କ ଯୋଜନା କିପରି ମହିଳା ମାନଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତି ରହି ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀ ସମ୍ପର୍କରେ ବୁଝିଛନ୍ତି। ଜିଲ୍ଲା ମହିଳା ଏସଏଚଜି କିପରି କୌଣସି ବିଭାଗ ଦ୍ଵାରା ସମସ୍ୟାରେ ପଡ଼ିବେ ନାହିଁ, ଓ ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥିପ୍ରତି ନଜର ଦେବାକୁ କମିଶନର ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମସ୍ତ ବିଷୟକୁ ନେଇ ଦୁଇଘଣ୍ଟା ଧରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ମିଶନ ଶକ୍ତି କମିଶନର ।

Comments are closed.