Odisha Link
Bridging the Missing Links in Odisha

ଏହି ଦେଶରେ ଭାରତୀୟଙ୍କ ପ୍ରବେଶ ନେଇ ଲାଗିଲା ରୋକ୍

ନୂଆଦିଲ୍ଲୀ: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଭାରତରୁ ଆସୁଥିବା ସମସ୍ତ ବିମାନ ସେବା ଉପରେ ରୋକ୍ ଲଗାଇଛନ୍ତି।

ଏପ୍ରିଲ ୧୧ରୁ ୨୮ ପର୍ଯ୍ୟନ୍ତ ଭାରତରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଏହି ସମୟରେ ବିଦେଶରେ ଥିବା ନ୍ୟୁଜିଲ୍ୟାଣ୍ଡ ଲୋକେ ମଧ୍ୟ ନିଜ ଦେଶକୁ ଆସିପାରିବେ ନାହିଁ।

ନିକଟରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଥିଲା। ହେଲେ ଏହାକୁ ରୋକିବାକୁ ଯାଇ ଦୁଇ ଦେଶର ସରକାର କରୋନା ସଂକ୍ରମିତ ଏରିଆକୁ ଚିହ୍ନଟ କରି ସେହି ଅଞ୍ଚଳକୁ ଲକଡାଉନ କରିଥିଲେ।

ଏବେ ନ୍ୟୁଜିଲାଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ହେଲେ ଆଗକୁ ଯେମିତି ଏହି ଭାଇରସ ନବ୍ୟାପିବ ସେଥିପାଇଁ ନ୍ୟୁଜିଲାଣ୍ଡ ସରକାର ସଚେତନ ହୋଇଛନ୍ତି। ତେଣୁ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି। ଏବେ ଏହି ଦେଶରେ ମୋଟ୍ ୯୫ ଜଣ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏଥିମଥଧ୍ୟରୁ ୯୪ ଜଣ ସୀମାରୁ ଚିହ୍ନଟ ହୋଇଥିଲେ। ଆଉ ଏଥିମଧ୍ୟରୁ ଅଧିକାଂଶ ଭାରତୀୟ ଥିଲେ। ଯେଉଁମାନେ ଭାୟା ଦୁବାଇ ଆକାଶମାର୍ଗରେ ନ୍ୟୁଜିଲାଣ୍ଡକୁ ଆସିଥିଲେ।

Leave A Reply

Your email address will not be published.