Odisha Link
Bridging the Missing Links in Odisha

କରୋନା: ଆସିଲା ବିବାହ ଓ ସାମାଜିକ ଉତ୍ସବ ପାଇଁ ଗାଇଡଲାଇନ୍

ଭୁବନେଶ୍ୱର: ବିବାହ ଓ ଅନ୍ୟ ସାମାଜିକ ଉତ୍ସବ ଲାଗି ନେବାକୁ ପଡ଼ିବ ଅନୁମତି। ଏନେଇ ସ୍ଥାନୀୟ ପୋଲିସ ଅନୁମତି ଦେବ। ବିବାହ ଓ ସାମାଜିକ ଉତ୍ସବ ନେଇ କମିଶନରେଟ୍ ପୋଲିସ ନୂତନ ଗାଇଡଲାଇନ୍ ଜାରି କରିଛି। ବିବାହ ଉତ୍ସବରେ ଗୋଟିଏ ସମୟରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ।

କାର୍ଯ୍ୟକ୍ରମ ସ୍ଥଳରେ ସମସ୍ତେ ମାସ୍କ ପିନ୍ଧିବେ, ପରସ୍ପର ମଧ୍ୟରେ ୨ ମିଟର ଦୂରତା ରକ୍ଷା କରିବେ। ପାନ ଛେପ ଆଦି ପକାଇବା ଉପରେ କଟକଣା ଜାରି କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବିବାହ ଶୋଭାଯାତ୍ରାରେ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି।

କୋଭିଡ୍ ନିୟମରେ ଉଲ୍ଲଂଘନ କଲେ ଆୟୋଜନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପୋଲିସ ଠାରୁ ଅନୁମତି ନେବାକୁ ପଡ଼ିବ। ଏଥିରେ ୨୦ ଜଣରୁ ଅଧିକ ଲୋକ ଗୋଟିଏ ସମୟରେ ସାମିଲ୍ ହେବେ ନାହିଁ । ସମସ୍ତଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ। ସମସ୍ତେ ମୁହଁରେ ମାସ୍କ ପିନ୍ଧିବେ।

Leave A Reply

Your email address will not be published.