Odisha Link
Bridging the Missing Links in Odisha

ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମାସ୍କ ପିନ୍ଧିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆଜିଠାରୁ ରାଜ୍ୟରେ ୧୪ ଦିନ ଲାଗି ମାସ୍କ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ମାସ୍କ ନପିନ୍ଧିଲେ ୨ ଗୁଣ ଜରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି।

ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍-୧୯ ନିୟମାବଳୀରେ ସଂଶୋଧନ କରାଯାଇଛି। ମାସ୍କ ପିନ୍ଧିନଥିବା ବେଳେ ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଧରାପଡ଼ିଲେ ୨ହଜାର ଟଙ୍କା ଦେବେ। ତା’ପରେ ସମାନ ଭୁଲ୍ ପାଇଁ ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ପୂର୍ବରୁ ପ୍ରଥମ ଥର ମାସ୍କ ପିନ୍ଧିନଥିବା ବେଳେ ଧରାପଡ଼ିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା। ସଂଶୋଧିତ ଜରିମାନା ତତ୍କାଳ ଲାଗୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.