କରୋନା: ଦିଲ୍ଲୀରେ ସ୍କୁଲ ଓ କଲେଜ ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରି ବଢ଼ିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲକୁ ବନ୍ଦ କରିଦିଆଯାଇଛି ।
कोविड के बढ़ते मामलों के कारण, दिल्ली में सभी स्कूल (सरकारी, प्राइवेट सहित), सभी क्लासेज के लिए अगले आदेश तक बंद किए जा रहे हैं।
— Arvind Kejriwal (@ArvindKejriwal) April 9, 2021
ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ଅନ୍ୟ ଆଦେଶ ନମିଳିବା ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରହିବ।
ସେପଟେ ଏପ୍ରିଲ ୧୨ ତାରିଖରୁ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟ ସେରୋସର୍ଭେ ଆରମ୍ଭ କରାଯିବ। ଏଥିରେ ୨୭୮ ଟି ୱାର୍ଡରୁ ୨୮ ହଜାର ସାମ୍ପୁଲ ନିଆଯିବ ବୋଲି କୁହାଯାଇଛି। ପ୍ରତି ୱାର୍ଡରୁ ୧୦୦ ଲୋକଙ୍କ ସାମ୍ପୁଲ ନିଆଯିବ। ଏହି ସର୍ଭେରେ ଟିକା ନେଇଥିବା ଲୋକଙ୍କୁ ବି ସାମିଲ କରାଯିବ।
ଏହାପୂର୍ବରୁ ଜାନୁଆରୀ ମାସରେ ପଞ୍ଚମ ସେରୋସର୍ଭେର ରିପୋର୍ଟ ଆସିଥିଲା। ଯେଉଁଥିରେ କୁହାଯାଇଥିଲା କି ଦିଲ୍ଲୀରେ ଅଧାରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି।