Odisha Link
Bridging the Missing Links in Odisha

ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ କରୋନା

ପିପିଲି: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢିବାରେ ଲାଗିଥିବା ବେଳେ ପିପିଲିରେ ଉପନିର୍ବାଚନରେ ଶୋଭାଯାତ୍ରା ସମାବେଶରେ ପିପିଲିରେ କରୋନା କାୟା ବିସ୍ତାର କରିବାର ଆଶଙ୍କା ସୃଷ୍ଟି କରିଛି। ଏହାରି ଭିତରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଅଜିତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡେଲାଙ୍ଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ଥିତି ନସୁଧୁରିବାରୁ ଅଜିତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ୱାବ ପରୀକ୍ଷା ପରେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି।

ଅପରପକ୍ଷରେ ଅଜିତଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ତାଙ୍କର ସହଯୋଗୀମାନଙ୍କ ମଧ୍ୟରୁ ଅନେକ ଆକ୍ରାନ୍ତ ହୋଇଥିବେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଇସୋଲେସନରେ ରହିଛନ୍ତି।

୧୧ରେ କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲାକୁମାର ଭୁବନେଶ୍ୱର ଆସୁଥିବାବେଳେ ୧୨ରେ ସେ ପିପିଲିରେ ପ୍ରଚାର କରିବେ। ତେବେ ନିର୍ବାଚନ ପାଇଁ ଆଉ ୭ ଦିନ ହାତରେ ଥିବାବେଳେ ନିଜେ ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇପାରିବେ ନାହିଁ।

Leave A Reply

Your email address will not be published.