Odisha Link
Bridging the Missing Links in Odisha

କୋଭିଡ୍ ଟିକା ବଦଳରେ ଫୋଡ଼ି ଦେଲେ କୁକୁର କାମୁଡ଼ା ଇଂଜେକ୍ସନ୍, ତାପରେ…

କରୋନା ଟିକା ଦିଆଯାଉଥିବା ରୁମକୁ ନଯାଇ ଓପିଡିରେ ପଶି ଯାଇଥିଲେ ୩ ବୃଦ୍ଧା

ଲକ୍ଷ୍ମୌ: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଅନ୍ୟପଟେ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ମଧ୍ୟ କରୋନା ଟିକା ଦିଆଯାଉଛି। ହେଲେ କରୋନା ଟିକା ପ୍ରଦାନ ବେଳେ ଦେଖିବାକୁ ମିଳିଛି ବଡ଼ ବ୍ୟତିକ୍ରମ। ଯାହାଫଳରେ ପଦାରେ ପଡ଼ିଛି ସ୍ବାସ୍ଥ୍ୟକର୍ମୀଙ୍କ ବେପାରୁଆ ଆଚରଣ।

ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ଶାମଲି ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କରୋନା ଟିକା ନେବାକୁ ସରୋଜ(୭୦), ଅନାରକଲି(୭୨) ଓ ସତ୍ୟବତୀ(୬୦) ଯାଇଥିଲେ। ଟିକା ନେଇ ଫେରିବା ପରେ ସେମାନେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଏହାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଥିଲା।

ତଦନ୍ତ ପରେ ଜିଲ୍ଲା ମାଜିଷ୍ଟ୍ରେଟ‌ କହିଛନ୍ତି ଯେ, ମହିଳାମାନେ ଶାମଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କରୋନା ଟିକା ନେବାକୁ ଯାଇଥିଲେ। ହେଲେ ସେମାନେ କରୋନା ଟିକା ଦିଆଯାଉଥିବା ରୁମକୁ ନଯାଇ ଓପିଡିରେ ପଶି ଯାଇଥିଲେ। ଏହି ସମୟରେ ସେଠାରେ ଥିବା ଫାର୍ମାସିଷ୍ଟ ବ୍ୟସ୍ତ ଥିବାରୁ ସେ ଆଉ ଜଣେ ସାଧାରଣ ଲୋକଙ୍କୁ ଟିକାକରଣ କରିବାକୁ କହିଥିଲେ। ତାଙ୍କ କଥା ମାନି ଉକ୍ତ ବ୍ୟକ୍ତି ଜଣଙ୍କ ୩ ମହିଳାଙ୍କୁ କୁକୁର କାମୁଡ଼ା ଟିକାର ଡୋଜ୍‌ ପ୍ରଦାନ କରିଥିଲେ। ଟିକା ଦେବା ବେଳେ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ କିଛି ବି ପ୍ରଶ୍ନ କରି ନଥିଲେ କିମ୍ବା ସେମାନଙ୍କୁ କେଉଁ ଟିକା ଦିଆଯାଉଛି, ସେକଥା ମଧ୍ୟ କହି ନଥିଲେ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି।

ଘଟଣା ପରେ ମାଜିଷ୍ଟ୍ରେଟ ଉକ୍ତ ଫାର୍ମାସିଷ୍ଟଙ୍କୁ ନିଲମ୍ବିତ କରିବା ପାଇଁ ମୁଖ୍ୟ ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.