Odisha Link
Bridging the Missing Links in Odisha

ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା: ଅରୁଣ ସାହୁ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଅଧିବେସନର ଚତୁର୍ଥ ଦିନ। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଧାନସଭାରେ ବିରୋଧୀ ଅର୍ପଣ ରଥ, ଉଷୁନା ଚାଉଳ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପରେ ବିଧାୟକ ଅରୁଣ ସାହୁ ମଧ୍ୟ ବିରୋଧୀଙ୍କୁ ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ବିରୋଧୀ ଦଳ ହେଉଛନ୍ତି ଓଡ଼ିଶା ବିକାଶର ବିରୋଧୀ। ବିକାଶକୁ ନେଇ ପ୍ରଶ୍ନ ଉଠାଇବା ହେଉଛି ବିରୋଧୀଙ୍କ କାମ। ବିଭିନ୍ନ ତରିକାରେ ସେମାନେ ବିକାଶକୁ ବିରୋଧ କରିବେ। ହେଲେ ବିରୋଧୀ ଦଳ ଭୂମିକା ନିଭେଇବା ପାଇଁ କିନ୍ତୁ ସେ ଯୋଗ୍ୟତା ହରେଇଲେଣି।

ଏହା ସହ ଚର୍ଚ୍ଚିତ ପରି ହତ୍ୟା ଘଟଣାକୁ ନେଇ ବିଧାୟକ ଅରୁଣ ସାହୁ କହିଛନ୍ତି, ଗତକାଲି ମୋ ନା ଉଠାଇ ମୋର ବନ୍ଧୁ ପ୍ରଧାନ ବାବୁ ଓ ତାଙ୍କର ଅନୁଗତମାନେ ଅପପ୍ରଚାର କଲେ। ହେଲେ ଏବେ ସେ ତାର ଜବାବ ପାଉଛନ୍ତି। ମୋ ନାଁରେ ଅପ ପ୍ରଚାର ନ କଲେ ବିରୋଧୀଙ୍କୁ ହଜମ ହେଉନି। ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା। ବିଭ୍ରାନ୍ତକାରୀ କଥା କହି ଗୋଟେ ସରକାରକୁ ବଦନାମ କରିବାକୁ ଚାହୁଛନ୍ତି। ହେଲେ ତାର ଫଳ କଣ ଆସିଲା ସମସ୍ତେ ଜାଣିଛନ୍ତି। ବିରୋଧୀ ପାଇଁ ସେମାନେ ଯୋଗ୍ୟ କି ନୁହେଁ, ଆଗକୁ ଓଡ଼ିଶାବାସୀ ଏହାର ଜବାବ ଦେବେ ବୋଲି ନୟାଗଡ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।

ସୂଚନା ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପରୀ ହତ୍ୟା ପ୍ରସଙ୍ଗ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ରାଜନୀତି କରୁଛନ୍ତି। ପରୀ ହତ୍ୟା ଘଟଣାରେ ଦୋଷୀକୁ ଦଣ୍ଡବିଧାନ ହୋଇଛି। ନିର୍ବାଚନ ସମୟରେ ଯଦି ବି ରାଜନୀତି ହେବାକଥା ହେଲେ ବିରୋଧୀ ହୀନ ରାଜନୀତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.