Odisha Link
Bridging the Missing Links in Odisha

ଶିମିଳିପାଳରେ କମିଲା ବାଘ ସଂଖ୍ୟା; ଆଖିବୁଜିଲା ମହାବଳ

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ କମିଲା ବାଘ ସଂଖ୍ୟା। ନଅଣା ରେଞ୍ଜ ଅଧୀନ ଦୁଡୁରୁ ଚମ୍ପାଠାରେ ମହାବଳ ବାଘର ମୃତ୍ୟୁ ହୋଇଛି। ବାଘର ବୟସ ୩ ବର୍ଷରୁ ଅଧିକ ହେବା ଅନୁମାନ କାରଯୁଛି। ମହାବଳର କିପରି ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି। ପୂର୍ବରୁ କୁନୋରେ ଚିତା ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା।

ଉଲ୍ଲେଖଯୋଗ୍ୟ, ଭାରତକୁ ଚିତା ଅଣାଯିବା ପରଠାରୁ ସମୁଦାୟ ୧୦ଟି ଚିତାର ମୃତ୍ୟୁ ଘଟିଲାଣି। ମୃତ ଚିତାଙ୍କ ମଧ୍ୟରେ ଅଛନ୍ତି ୩ଟି ଶାବକ। ଚିତା ମୃତ୍ୟୁ ପାଇଁ ବିଭିନ୍ନ କାରଣ ଦାୟୀ। କେତେକ ବିଶେଷଜ୍ଞ କହୁଛନ୍ତି, ପ୍ରଜାତିଗତ ଲଢ଼େଇ, ରୋଗ, ଦୁର୍ଘଟଣା ଏବଂ ଶିକାର ବେଳେ ପାଇଥିବା ଆଘାତ ହିଁ ସେମାନଙ୍କର ମୃତ୍ୟୁର କାରଣ। ଅନ୍ୟ ଜନ୍ତୁଙ୍କ ଆକ୍ରମଣ ଓ ଅଂଶୁଘାତକୁ ମଧ୍ୟ ଚିତା ମୃତ୍ୟୁର କାରଣ ବୋଲି କେତେକ କହୁଛନ୍ତି।

ସୂଚନା ଅନୁସାରେ, ଆଫ୍ରିକା ମହାଦେଶର ନାମିବିଆରୁ ୮ ଚିତା ଭାରତକୁ ଅଣାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। କୁନୋ ନ୍ୟାସନାଲ ପାର୍କରେ ଏବେ ମାତ୍ର ୧୪ଟି ଚିତା ଜୀବିତ ଅଛନ୍ତି। ହେଲେ ଧୀରେ ଧୀରେ ଗୋଟେ ପରେ ଗୋଟେ ଚିତାଙ୍କ ମୃତ୍ୟୁ ହେବା ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Leave A Reply

Your email address will not be published.