Odisha Link
Bridging the Missing Links in Odisha

ମାସ୍କ ପାଇଁ ଜରିମାନା ଗଣିଲେ ପୁଲିସ୍ ବାବୁ

ପୁରୀ: ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ହେଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି। ଫଳରେ ପୁଲିସ ଅମାନିଆଙ୍କଠୁ ଜରିମାନା ଆଦାୟ କରୁଥିବା ବେଳେ ପୋଲିସ୍‌କୁ ହିଁ ଦେବାକୁ ପଡ଼ିଛି ଜରିମାନା।

ମାସ୍କ ପିନ୍ଧିବା ନିୟମକୁ ଭୁଲିଯାଇଛନ୍ତି ଜଣେ ପୁଲିସ କର୍ମଚାରୀ ଫଳରେ ପୋଲିସ୍‌କୁ ହିଁ ଦେବାକୁ ପଡ଼ିଛି ଫାଇନ୍‌। ପୁରୀର ଜଣେ ଟ୍ରାଫିକ କନେଷ୍ଟବଲଙ୍କ ନିକଟରୁ ପୁରୀ ପୋଲିସ୍‌ ୨ ହଜାର ଟଙ୍କା ଜରିମାନା ଆଦାୟ କରିଛି। ମାସ୍କ ପିନ୍ଧି ନଥିବାରୁ ଟାଉନ୍ ପୋଲିସ ୨ ହଜାର ଟଙ୍କା ଚାଲାଣ କାଟିଛି। ଏନେଇ ପୁରୀ ଜିଲ୍ଲା ପୋଲିସ୍‌ ଟ୍ୱିଟ୍‌ କରିଛନ୍ତି।

ମାସ୍କ ପିନ୍ଧିଲେ ପ୍ରଥମ ଏବଂ ୨ୟ ଥର ଧରାପଡ଼ିଲେ ସେମାନଙ୍କୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଥିବା ବେଳେ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ଉଛି। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା।