Odisha Link
Bridging the Missing Links in Odisha

ଭୀମସାରରେ ହେବ ୨ୟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପଶ୍ଚିମ ଓଡ଼ିଶାରେ ସ୍ଥିିତି ସଙ୍ଗୀନ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ଦିଆଯାଇଛି। ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ନିର୍ମାଣ କରାଯିବ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମ୍ବଲପୁର ଏବଂ ରାଉରକେଲା ଗସ୍ତ କରି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଆଜି ସକାଳୁ ସ୍ବତନ୍ତ୍ର ହେଲିକପଟର ଯୋଗେ ଜମାଦାରପାଲିରେ ଅବତରଣ କରି ବୁର୍ଲାରେ ପହଞ୍ଚିଥିଲେ । ଭୀମସାର ଆସି ପ୍ରଥମେ କୋଭିଡ ହସ୍ପିଟାଲ ଗସ୍ତ କରିବା ପରେ ସମୀକ୍ଷା କରିଛନ୍ତି ।  ଏଣିକି ୨ଟି ହସପିଟାଲରେ ମୋଟ୍ ୫୨୫ ଶଯ୍ୟା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ବୁର୍ଲାରେ ଆଉ ଏକ କୋଭିଡ ହସପିଟାଲ ଖୋଲିବ। ବର୍ତମାନ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ କାର୍ଯ୍ୟ କରୁଛି। ଏଥିରେ ୧୦୫ଟି ବ୍ଯାଡ ବୃଦ୍ଧି ହୋଇ ୨୨୫ରେ ପହଂଚିଛି । ଏଥିରୁ ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବ୍ଯାଡ ରହିବ।

ତେବେ ଭୀମସାରର ମେଡିସିନ କୋଠାରେ ୧୦ ଦିନ ମଧ୍ଯରେ ଦ୍ବିତୀୟ କୋଭିଡ ହସ୍ପିଟାଲ ଆରମ୍ଭ ହେବ। ନୂତନ କୋଭିଡ ହସ୍ପିଟାଲରେ ୫୦ଟି ଆଇସିୟୁ ଓ ୨୫୦ ସାଧାରଣ ବ୍ଯାଡ ରହିବ । ତେବେ ଦୁଇଟି କୋଭିଡ ହସ୍ପିଟାଲରେ ସମୁଦାୟ ୫୨୫ ବ୍ଯାଡ କାର୍ଯ୍ଯ କରିବ।

ସେହିପରି ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରେ ମଧ୍ୟ ୨ଟି ହସପିଟାଲ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ଛତିଶଗଡ ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ମୁଖ୍ଯ ଶାସନ ସଚିବ

ବୈଠକରେ ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ସିବିକେ ମହାନ୍ତି, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମାଲ, ବରଗଡ ଜିଲ୍ଲାପାଳ ଜ୍ଯୋତିରଂଜନ ପ୍ରଧାନ, ଉତ୍ତରାଂଚଳ ଆଇଜି ନରସିଂହ ଭୋଳ, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର, ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର, ଅଧକ୍ଷା ଡାକ୍ତର ଜୟଶ୍ରୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବଲପୁର ପରେ  ରାଉରକେଲା  ହାଇଟେକ ମେଡିକାଲ କଲେଜ ଓ ହସପିଟାଲରେ ସ୍ଥିତିର ସମୀଖ୍ୟା କରିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.