Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ ପାଇଁ ହେବ ସାନି ବିଜ୍ଞପ୍ତି: ସିଇଓ

ଭୁବନେଶ୍ବର: ଗତକାଲି ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପରଲୋକ ଘଟିଛି। ଏଥିପାଇଁ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି।

ଉପନିର୍ବାଚନକୁ ସ୍ଥଗିତ ନେଇ ଆଜି ପ୍ରେସ୍‌ ମିଟ୍‌ କରିଛନ୍ତି ସିଇଓ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଦେହାନ୍ତ ଯୋଗୁଁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ଏନେଇ ନିର୍ବାଚନ କମିଶନଙ୍କୁ
ଜଣାଇ ଦିଆଯାଇଛି।

ନିର୍ବାଚନ କମିଶନ ଭୋଟ ଗ୍ରହଣ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବେ। ସଂପୂର୍ଣ୍ଣ ନିର୍ବାଚନ ପାଇଁ ଆଉ ଥରେ ସିଡ୍ୟୁଲ ପ୍ରକାଶ ପାଇବ ବୋଲି ସିଇଓ କହିଛନ୍ତି। ଏଥିସହ କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ପାଇଁ ୭ ଦିନ ସମୟ ମିଳିବ।

Leave A Reply

Your email address will not be published.