Odisha Link
Bridging the Missing Links in Odisha

କୋଭିଡ ଗାଇଡ୍‌ଲାଇନ‌ ଉଲ୍ଲଂଘନ: ୨ ଡାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍

କଟକ: କୋଭିଡ୍ ଗାଇଡ୍ ଲାଇନ୍‌ ଉଲ୍ଲଂଘନ ନେଇ ୨ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍। କଟକ ରାଣୀହାଟରେ ଥିବା ଓଁ ମା’ ଡାଇଗ୍ନୋଷ୍ଟିକ୍ ଓ ଗୀତା ଡାଇଗ୍ନୋଷ୍ଟିକ୍କୁ ସିଲ୍‌ କରିଛି ସିଏମ୍‌ସିର ଏନଫୋର୍ସମେଣ୍ଟ ଟିମ୍‌।

ଆଜି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ ବେଳେ ଦୁଇଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ଭିଡ଼ ସାଙ୍ଗକୁ କୋଭିଡ୍ ଗାଇଡ୍‌ଲାଇନ‌ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଥିଲା। ଫଳରେ ଏହି ଦୁଇଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ସିଲ୍ କରିଦିଆଯାଇଛି।

ରାଜ୍ୟରେ ହୁହୁ ବଢୁଛି କରୋନା ସଂକ୍ରମଣ ସଂଖ୍ୟା।‌ ସଂକ୍ରମଣକୁ ରୋକିବା ପାଇଁ କଡା ପଦକ୍ଷେପ ନେଉଛି କମିଶନରେଟ୍ ପୋଲିସ। ଅମାନିଆମାନଙ୍କ ଠାରୁ ମୋଟା ଅଙ୍କର ଜରିମନା ଆଦାୟ କରୁଛି ଏନଫୋର୍ସମେଣ୍ଟ ଟିମ୍।

Leave A Reply

Your email address will not be published.