Odisha Link
Bridging the Missing Links in Odisha

କୁମ୍ଭମେଳା ‘ପ୍ରତୀକାତ୍ମକ’ ହେଉ: ମୋଦି

ନୂଆଦିଲ୍ଲୀ: କାୟା ମେଲାଉଛି ମହାମାରୀ କରୋନା। ଦେଶରେ ହୁହୁ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ସ୍ଥିତି ସଂଘାତିକ ହୋଇ ପଡିଛି। କୁମ୍ଭମେଳାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ‘ପ୍ରତୀକାତ୍ମକ’ ଭାବେ କୁମ୍ଭମେଳା ପାଳନ କରିବାକୁ ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ନିବେଦନ କରିଛନ୍ତି।

ମୋଦି ଟୁଇଟ୍‌ କରି ଲେଖିଛନ୍ତି, ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ଅବଧେଶାନନ୍ଦ ଗିରିଜୀଙ୍କ ସଙ୍ଗେ ଆଜି ଫୋନ୍‌ରେ କଥାବାର୍ତ୍ତା କରିଛି। ସବୁ ସନ୍ଥମାନଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ବୁଜିଛି। ସମସ୍ତ ସନ୍ଥ ପ୍ରଶାସନକୁ ସବୁ ପ୍ରକାରର ସହଯୋଗ କରୁଛନ୍ତି। ଏଥିନିମନ୍ତେ ମୁଁ ସନ୍ଥମାନଙ୍କ ପ୍ରତି କୃତଜ୍ଞ।

ମୋର ବିନୀତ ନିବେଦନ ଦୁଇଟି ଶାହୀ ସ୍ନାନ ସମାପନ ହୋଇସାରିଛି। କରୋନା ସଙ୍କଟ ଚାଲିଥିବାରୁ ଏଥର କୁମ୍ଭକୁ ପ୍ରତୀକାତ୍ମକ ହିଁ ରଖାଯାଉ। ଏହାଦ୍ୱାରା ଏହି ସଙ୍କଟ ସହ ଲଢ଼ିବା ପାଇଁ ଶକ୍ତି ମିଳିବ।