Odisha Link
Bridging the Missing Links in Odisha

ସାମିଙ୍କ ପାଦ ଛୁଇଁଲେ ଦୀପକ ଚହର, କାହିଁକି ଜାଣନ୍ତୁ…

ଦୀପକ ଚହରଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ନୂଆଦିଲ୍ଲୀ: ବୁଧବାର ଆଇପିଏଲ ମହାକୁମ୍ଭର ୮ ମ ମ୍ୟାଚ୍‌ ପଞ୍ଜାବ କିଙ୍ଗସ୍‌ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ଖେଳାଯାଇଥିଲା। ଲୋ ସ୍କୋରଙ୍ଗି ମ୍ୟାଚରେ ଚେନ୍ନାଇ ଟିମ୍‌ ପଞ୍ଜାବକୁ ୬ ଓ୍ବିକେଟରେ ମାତ୍‌ ଦେଇ ୨୦୨୧ ମହାକୁମ୍ଭରେ ବିଜୟ ଅଭିଯାନ ଆରମ୍ଭ କରିଛି। ମ୍ୟାଚର ହିରୋ ଥିଲେ ଚେନ୍ନାଇର ଦୀପକ ଚହର।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ଚେନ୍ନାଇ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନପାରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୦୬ ରନ କରିଥିଲେ। ଦଳ ପକ୍ଷରୁ ଶାହରୁଖ ଖାନ ସର୍ବାଧିକ ୪୭ ରନ କରିଥିଲେ। ବାକି ବ୍ୟାଟସମ୍ୟାନ ବିଫଳ ହୋଇଥିଲେ। ଦୀପକ ଚହର ୧୩ ରନରେ ୪ ଓ୍ଵିକେଟ୍ ନେଇ ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।

ଦୀପକ ଚହରଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ଦୀପକ ଚହର ପଞ୍ଜାବ କିଙ୍ଗ୍ସର ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପାଦ ଛୁଉଁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ମ୍ୟାଚ୍ ପୂର୍ବର ବୋଲି ସୂଚନା ରହିଛି। ଅନ୍ୟପଟେ କ୍ରିକେଟ ପ୍ରେମୀ ମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାମିଙ୍କ କାରଣରୁ ଚହର ଏହି ଦମଦାର ପ୍ରଦର୍ଶନ କରିଛନ୍ତି।

ଚେନ୍ନାଇର ଦ୍ରୁତ ବୋଲର ଦୀପକ ଚହର ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସେ ନିଜର ୪ ଓଭରରେ ମାତ୍ର ୧୩ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ। ଚହର ମୟଙ୍କ ଅଗ୍ରଓ୍ଵାଲ, କ୍ରିସ୍ ଗେଲ୍, ନିକୋଲାସ ପୁରନ ଓ ଦୀପକ ହୁଡ୍ଡାଙ୍କ ଗୁରୁତ୍ଵପୂର୍ଣ୍ଣ ଓ୍ଵିକେଟ୍ ହାସଲ କରିଥିଲେ। ଆଇପିଏଲ୍‌ରେ ଚହରଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। କେବଳ ଏତିକି ନୁହେଁ ଚହର ନିଜ ବୋଲିଂ କୋଟାର ଶେଷ ଓଭର ମେଡେନ ଫିଙ୍ଗିଥିଲେ।

Leave A Reply

Your email address will not be published.