Odisha Link
Bridging the Missing Links in Odisha

ଧର୍ମକୁ ବଳିଲା ମାନବିକତା: ରୋଜା ଭାଙ୍ଗି କଲେ ରକ୍ତଦାନ

ରାଜସ୍ଥାନ: ଧର୍ମକୁ ବଳିଲା ମାନବିକତା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଏହାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ରାଜସ୍ଥାନ ଉଦୟପୁରରୁ ଜଣେ ଯୁବକ। ସ୍ବାର୍ଥପର ସମାଜରେ ଆଜି ବି ବଞ୍ଚି ରହିଛି ମାନବିକତା। କରୋନା କାଳରେ ଜୀବନ ମୃତ୍ୟୁ ସହ ଲୋକମାନେ ସଙ୍ଘର୍ଷ କରୁଥିବା ବେଳେ ମଣିଷ ପଣିଆର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି।

ନିଜର ଧର୍ମକୁ ପଛରେ ପକାଇ କରୋନା ରୋଗୀଙ୍କୁ ବଞ୍ଚାଇବାକୁ ଯାଇ ମାନବିକତା ଦେଖାଇଛନ୍ତି ଉଦୟପୁର ଜଣେ ମୁସଲମାନ୍  ଯୁବକ ଅକିଲ ମସୁରୀ। ଅକିଲ ଏବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଗତ ବୁଧବାର ଜଣେ କରୋନା ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ନିଜର ଧର୍ମକୁ ପଛରେ ରୋଜା ବ୍ରତକୁ ଭାଙ୍ଗିଛନ୍ତି।

ସୂଚନା ମୁତାବକ, ଅକିଲ ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ ଜଣେ ମହିଳାଙ୍କ A+ ବ୍ଲଡ ଗ୍ରୁପ ପ୍ଲାଜମା ଦରକାର ହେଉଛି। ଏହା ଶୁଣିବା ପରେ ସେ ବିନା ଦ୍ୱିଧାରେ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିଲେ। ଖୁସି ଖୁସି ହସ୍ପିଟାଲରେ ପହଞ୍ଚି ପ୍ଲାଜମା ଦେଇ ମହିଳାଙ୍କୁ ନୂଆ ଜୀବନ ଦେଇଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ତାଙ୍କର ରୋଜା ଭାଙ୍ଗିବାକୁ ପଡିଥିଲା।

ଅକିଲ ମସୁରୀ କହିଛନ୍ତି, ଜଣେ ମଣିଷ ହିସାବରେ ମୁଁ ମୋର କର୍ତ୍ତବ୍ୟ କରିଛି। ତେବେ ମୁ ମୋ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛି ମହିଳା ଜଣଙ୍କ ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ସେପଟେ ଯୁବକଙ୍କ ଏମିତି ମହତ କାର୍ଯ୍ୟ ପରେ ସବୁଠୁ ତାଙ୍କୁ ପ୍ରଶଂସା ଛୁଟୁଛି। ଅକିଲ ମସୁରୀ ଗତ ୨୦୨୦ ସେପ୍ଟେମ୍ୱର ମାସରେ କରୋନାରୁ ଠିକ୍ ହୋଇଥିଲେ। ଏହାପରେ ସେ ୩ ଥର ପ୍ଲାଜମା ଦେବା ସହ ୧୭ ଥର ରକ୍ତଦାନ କରିସାରିଛନ୍ତି।

Leave A Reply

Your email address will not be published.