Odisha Link
Bridging the Missing Links in Odisha

ଜଗତସିଂହପୁର ବଜାରରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର: ଆଜିଠୁ ସାରା ଓଡ଼ିଶାରେ ନାଇଟ କର୍ଫ୍ୟୁ ଲାଗୁ। ଜଗତସିଂହପୁର ଜିଲ୍ଲାର ବଜାର ଅଞ୍ଚଳରେ ନାଇଟ କର୍ଫ୍ୟୁ ସମୟରେ ୧୪୪ ଧାରା ଜାରି କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଲାଗୁ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜଗତସିଂହପୁର ଓ ପାରାଦୀପ ପୌରପାଳିକା ସହ ଅନ୍ୟ ବଜାର ପାଇଁ ଏହି କଟକଣା ଜାରି କରାଯାଇଛି। ରଘୁନାଥପୁର, ତାରପୁର ଓ ଜୟପୁର ବଜାର ପାଇଁ ରାତି କଟକଣା ଲାଗୁ ହେବ। ଏହାଛଡ଼ା ତିର୍ତ୍ତୋଲ, ରାହାମା ଓ କୁଜଙ୍ଗ ବଜାର ପାଇଁ ବି ରାତିରେ କଟକଣା ଜାରି ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave A Reply

Your email address will not be published.