Odisha Link
Bridging the Missing Links in Odisha

ଭୁବନେଶ୍ବରରୁ ଆଉ ୫୮୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍‌ କରିଛି। ଭୁବନେଶ୍ବରରେ ଆଜି ୫୮୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ ୧୧୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୭୦ ଜଣ ରହିଛନ୍ତି। ଏଥିସହ ଭୁବନେଶ୍ବରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ହଜାର ୭୨୮କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆଜି ପଟିଆ ଅଞ୍ଚଳରୁ ସର୍ବାଧିକ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୁଣା ଭୁବନେଶ୍ବରରେ ଏହି ସଂଖ୍ୟା ୩୫ ଜଣ। ଖଣ୍ଡଗିରି ଅଞ୍ଚଳରୁ ୨୯ ଜଣ, ଟଙ୍କପାଣି ରୋଡରୁ ୨୬ ଜଣ, ନୟାପଲ୍ଲୀରୁ ୨୪ ଜଣ, ଚନ୍ଦ୍ରଶେଖରପୁରରୁ ୨୨ ଜଣ, ଲକ୍ଷ୍ମୀସାଗର ଅଞ୍ଚଳରୁ ୧୯ ଜଣ, ସୈନିକ ସ୍କୁଲ ଅଞ୍ଚଳରୁ ୧୫ ଜଣ ଓ ମଞ୍ଚେଶ୍ବରରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

କରୋନା ଭାଇରସ ସଂକ୍ରମଣରୁ ଆଜି ଭୁବନେଶ୍ବରରେ ୨୦୪ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୨୦୮ରେ ପହଞ୍ଚିଛି। ଭୁବନେଶ୍ବରରେ ଆଜି ପର୍ଯ୍ୟନ୍ତ ୨୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ‌ବେଳେ ୩ ହଜାର ୨୪୯ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Leave A Reply

Your email address will not be published.