Odisha Link
Bridging the Missing Links in Odisha

କରୋନାରେ ସୀତାରାମ ୟେଚୁରୀଙ୍କ ପୁଅଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପରଲୋକରେ ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀ। ଆଜି ସକାଳ ୭ଟାରେ ତାଙ୍କର କରୋନାରେ ମୃତ୍ୟୁ ହୋଇଛି। ଗୁରୁଗ୍ରାମର ଏକ ହସ୍ପିଟାଲରେ ଆଶିଷ ଚିକିତ୍ସାଧୀନ ଥିଲେ। ଆଶିଷଙ୍କ ମୃତ୍ୟୁ ବାବଦରେ ସୂଚନା ଦେଇଛନ୍ତି ସୀତାରାମ।

ଟୁଇଟ୍‌ କରି ସୀତାରାମ ୟେଚୁରୀ ଏହି ଦୁଃସମ୍ବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ଅତି ଦୁଃଖର ସହ ଆପଣମାନଙ୍କୁ ଜଣାଇବାକୁ ପଡୁଛି ଯେ, କୋରୋନା ଭାଇରସ୍‌ଦ୍ୱାରା ଆକ୍ରାନ୍ତ ମୋର ଜ୍ୟେଷ୍ଠପୁତ୍ର ଆଶିଷ ୟେଚୁରୀକୁ ଆଜି ସକାଳେ ହରାଇଲି। ଆମକୁ ଆଶା ଆଶ୍ୱାସନା ଦେଇଥିବା ଏବଂ ତା’ର ଚିକିତ୍ସା କରିଥିବା ଡାକ୍ତର, ନର୍ସ, ପ୍ରତ୍ୟକ୍ଷ ସେବାକାରୀ ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀ ଏବଂ ଆମକୁ ସାହା ହୋଇଥିବା ଅନ୍ୟାନ୍ୟ ଅନେକଙ୍କୁ ଧନ୍ୟବାଦ ଜଣାଉଛି।

ସୂଚନା ମୁତବାକ, ଦୁଇ ସପ୍ତାହ ତଳେ ଆଶିଷ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ନିକଟ ଅତୀତରେ ସେ ରୋଗ ମୁକ୍ତ ହୋଇ ଆସୁଥିଲେ। କିନ୍ତୁ, ଆଜି ଭୋର୍‌ ୫.୩୦ରେ ତାଙ୍କର ଦେହାନ୍ତ ହୋଇଗଲା।