Odisha Link
Bridging the Missing Links in Odisha

ଛୁଟି ମିଳିଲାନି, ଥାନାରେ ହଳଦୀ ରସମ କଲେ ମହିଳା କନଷ୍ଟେବଲ୍

ରାଜସ୍ଥାନ ଡୁଙ୍ଗରପୁର ଥାନାରେ ଚାଲିଛି ନାଚଗାନା। ଖୁସି ମନାଉଛନ୍ତି ମହିଳା ପୁଲିସ କର୍ମୀ। ଆପଣମାନେ ଭାବୁଥିବେ ଏହି କରୋନା ମହାମାରୀ ସମୟରେ ଥାନାର ଏଭଳି ଦୃଶ୍ୟ କେତେ ଠିକ୍।

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସବୁଠି ଲାଗିଛି କଟକଣା। ଅନେକ ସ୍ଥାନରେ ସରକାରୀ ଅଫିସର ମାନଙ୍କର ଛୁଟିକୁ ରଦ୍ଦ କରାଯାଇଛି। ଫଳରେ କିଏ ପେଟରେ ଛୁଆ ଧରି ଡ୍ୟୁଟି କରୁଛି ତ, ଆଉ କେହି ଛୁଆକୁ ସାଙ୍ଗରେ ଧରି ନିଜର କର୍ତ୍ତବ୍ୟ ପାଳନ କରୁଛି। ଏସବୁ ମଧ୍ୟରେ ଆସିଛି ଆଉ ଏକ ଖବର ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଜସ୍ଥାନ ଡୁଙ୍ଗରପୁର ଥାନାରେ ଚାଲିଛି ନାଚଗାନା। ଖୁସି ମନାଉଛନ୍ତି ମହିଳା ପୁଲିସ କର୍ମୀ। ଆପଣମାନେ ଭାବୁଥିବେ ଏହି କରୋନା ମହାମାରୀ ସମୟରେ ଥାନାର ଏଭଳି ଦୃଶ୍ୟ କେତେ ଠିକ୍। ହେଲେ ସତ କଥା ଟି ହେଲା ଜଣେ ମହିଳା କନେଷ୍ଟବଳଙ୍କୁ ଛୁଟି ନମିଳିବାରୁ ଥାନାରେ ହିଁ ନିଜର ହଳଦୀ ରସମ କରିଛନ୍ତି। ମହିଳା କନଷ୍ଟେବଳଙ୍କୁ ହଳଦୀ ଲଗାଇଦେଉଛନ୍ତି ତାଙ୍କ ସହକର୍ମୀ। ଏପରିକି ହଳଦୀ ଲଗାଯିବା ପରେ ଉପରକୁ ଟେକି ବୁଲାଉଛନ୍ତି। ବନ୍ଧୁ ପରିଜନ ସାଜି ସହକର୍ମୀମାନେ ଖୁସି ବାଣ୍ଟିଛନ୍ତି।

ମହିଳା କନେଷ୍ଟବଳ ଜଣକ ଆସନ୍ତା ୩୦ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ହେଲେ କରୋନା ଆତଙ୍କ ମଧ୍ୟରେ ବିବାହ ପୂର୍ବରୁ ହଳଦୀ ରସମ ପାଇଁ ତାଙ୍କୁ ଛୁଟି ମିଳି ନଥିଲା। ତେଣୁ ସେ ରସମ ଥାନାରେ ହିଁ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ମହିଳା କନଷ୍ଟେବଳଙ୍କୁ ପ୍ରଶଂସା କରାଯଉଛି। ସୂଚନାଥାଉକି, ଗତବର୍ଷ ମହିଳା କନଷ୍ଟେବଳଙ୍କର ବାହାଘର ହେବାର ଥିଲା। ହେଲେ ଲକ୍‌ଡାଉନ୍‌ ଯୋଗୁଁ ହୋଇ ପାରି ନଥିଲା।

Leave A Reply

Your email address will not be published.