Odisha Link
Bridging the Missing Links in Odisha

ଏଣିକି ଘରେବି ପିନ୍ଧିବାକୁ ପଡ଼ିବ ମାସ୍କ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର। ଏହାର ମୁକାବିଲା ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଉପରେ ନୂଆ ପରାମର୍ଶ ଦେଇଛନ୍ତି। ଏଣିକି ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଭି.କେ ପଲ।

ସେ କହିଛନ୍ତି ଯେ, ‘ଘରେ ପରିବାର ସହ ଥିଲେ ବି ମାସ୍କ ପିନ୍ଧନ୍ତୁ। କୋଭିଡ ସ୍ଥିତିରେ ଅଯଥାରେ ପଦାକୁ ବାହାରନ୍ତୁ ନାହିଁ। ଏହା ସହ ଅତିଥିଙ୍କୁ ଘରକୁ ନଡାକିବାକୁ ସେ ପରାମର୍ଶ ଦେଇଛନ୍ତି। ଲୋକମାନେ କରୋନାର ଦ୍ୱିତୀୟ ଲହରକୁ ନେଇ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଅଯଥା ଆତଙ୍କିତ ହେବା ଭଲ ବଦଳରେ ଖରାପ ସ୍ଥିତି ସୃଷ୍ଟି କରିବ।

ଯଦି ପରିବାରରେ କେହି କୋଭିଡ ପଜିଟିଭ ରୋଗୀ ଅଛନ୍ତି, ତା’ହେଲେ ସଂପୃକ୍ତ ବ୍ୟକ୍ତି ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ। କାରଣ ଘର ମଧ୍ୟରେ ଥିବା ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କ ଦ୍ୱାରା ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ମୁଁ ସମସ୍ତଙ୍କୁ କହିବେ ଯେ ଘର ମଧ୍ୟରେ ରହୁଥିବା ଲୋକମାନେ ଏବେଠାରୁ ମାସ୍କ ପିନ୍ଧିବା ଆରମ୍ଭ କରନ୍ତୁ।

ଏହା ବର୍ତ୍ତମାନ ସମୟର ଆବଶ୍ୟକତା। ଆମେ ପୂର୍ବରୁ ଘର ବାହାରେ ମାସ୍କ ପିନ୍ଧିବା କଥା କହୁଥିଲୁ। କିନ୍ତୁ ଏବେ ସଂକ୍ରମଣ ବ୍ୟାପିଚାଲିଛି। ତେଣୁ ଲୋକମାନେ ଘର ରହିଲେ ବି ମାସ୍କ ପିନ୍ଧନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.