Odisha Link
Bridging the Missing Links in Odisha

କରୋନା ଭୟ: କର୍ଣ୍ଣାଟକ ପରେ ଚଣ୍ଡିଗଡ଼କୁ ଫେରିଲା ମାସ୍କ

ଓଏଲ୍‌ ବ୍ୟୁରୋ: ପୁଣି ଦେଶରେ କରୋନା ଭୟ। ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। କର୍ଣ୍ଣାଟକ ପରେ ଚଣ୍ଡିଗଡ଼କୁ ଫେରିଲା ମାସ୍କ। କର୍ଣ୍ଣାଟକ ପରେ ଚଣ୍ଡିଗଡ଼ରେ ଫେରିଲା ମାସ୍କ। ଭାରତରେ ୨୧ ରୋଗୀ ଚିହ୍ନଟ ହେବା ପରେ କଟକଣା ଜାରି ହୋଇଛି। ଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍‌ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର ପାଇଁ ଜେଏନ୍‌ ୧ ଭ୍ୟାରିଆଣ୍ଟ କରୋନା ଭୂତାଣୁ ଠାବ ହୋଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଥଇବା ବେଳେ ରଖି କେନ୍ଦ୍ର ସରକାର ଜାରି କରିଛନ୍ତି ସତର୍କ ସୂଚନା। ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖିବା ଓ ଏହାକୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ରିପୋର୍ଟ କରିବା ପାଇଁ ରାଜ୍ୟ ଗୁଡ଼ିକୁ କୁହାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷଣୁ କୁହାଯାଇଛି ଯେ ବର୍ତ୍ତମାନ କୋଭିଡ ୧୯ ଭାଇରସ ନିରବଚ୍ଛିନ୍ନ ଭାବେ ଘୁରି ବୁଲୁଛୁ। ଏହାର ଏପିଡେମୋଲୋଜି ବ୍ୟବହାର ଭାରତୀୟ ପରିବେଶରେ ରହିଛି। ତେଣୁ କରୋନା ସ୍ଥିତି ଉପରେ ଆମ ସମସ୍ତଙ୍କୁ ନଜର ରଖିବାକୁ ପଡ଼ିବ। ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲାସ୍ତରରୁ ଏହି ଅଭିଯାନ ଆରମ୍ଭ ହେବା ଦରକାର।

ଆହୁରି କୁହାଯାଇଛି ଯେ, ଆଗକୁ ନୂଆବର୍ଷ ଆସୁଛି। ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ଆସିବାକୁ ଯାଉଛି। ଏହାକୁ ନଜରରେ ରଖି ଅଧିକ ସତର୍କ ରହିବାକୁ ପଡ଼ିବ। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ହେବ। ହାଇଜନ୍‌ ନିୟମକୁ କଡ଼ା କଡ଼ି ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏଥିସହିତ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଇଞ୍ଜଫ୍ଲୁଏଞ୍ଜା ରୋଗର ଯାଞ୍ଚ ଓ ରିପୋର୍ଟ କରିବାକୁ କହିଛନ୍ତି। ନିୟମିତ ଭାବେ ପରୀକ୍ଷା ଓ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ କୁହାଯାଇଛି।

Leave A Reply

Your email address will not be published.