Odisha Link
Bridging the Missing Links in Odisha

ଆସନ୍ତା ଏପ୍ରିଲ୨୮ରେ ଓପିଏସ୍‌ସି ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୮ ତାରିଖରେ ହେବ ଓଡ଼ିଶା ଲୋକସେବା ଆୟୋଗ ତଥା ଓପିଏସ୍‌ସି ପରୀକ୍ଷା। ଏହି ପରୀକ୍ଷା ଗତକାଲି ହେବା ନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ହେଲେ ସପ୍ତାହାନ୍ତ ସଟଡାଉନ କାରଣରୁ ଏହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି।

କରୋନା ସଂକ୍ରମଣ ବଢୁଥିବାରୁ ପରୀକ୍ଷାକୁ ଆହୁରି ଘୁଞ୍ଚାଇବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏଥର ଓଡ଼ିଶା ଓ ଓଡ଼ିଶା ବାହାରର ପାଖାପାଖି ୨୦୦୦ ଛାତ୍ର ଛାତ୍ରୀ ଏହି ପରୀକ୍ଷା ଦେବେ।

ତେବେ ଆଗରୁ ଏମ୍ସ ଓ ନିଟ୍‌ ପରୀକ୍ଷା ବାତିଲ ହୋଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ପାଇଁ ଦାବି ହୋଇଛି। ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଟୁଇଟ୍‌ କରି ନିବେଦନ କରିଛନ୍ତି।

Leave A Reply

Your email address will not be published.