Odisha Link
Bridging the Missing Links in Odisha

କାଲିଠୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆସନ୍ତା କାଲିଠୁ ସ୍କୁଲରେ ଆରମ୍ଭ ହେଉଛି ନାମଲେଖା ପ୍ରକ୍ରିୟା। ରାଜ୍ୟର ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ ନାମଲେଖା ହେବ। ନାମଲେଖା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ସଚିବଙ୍କ ଚିଠି ଲେଖାଯାଇଛି।

ଆସନ୍ତା ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ନାମଲେଖା ହେବ।

ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ ମନା କରାଯାଇଛି। କୋଭିଡ ଗାଇଡଲାଇନ ମାନି ନାମଲେଖା ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ସଂଯୋଗ ହ୍ୱାଟ୍ସ ଆପ୍ ଜରିଆରେ ଅଭିଭାବକଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.