Odisha Link
Bridging the Missing Links in Odisha

କରୋନା ହେଲେ ବେସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି ସହ ୨୮ ଦିନର ଦରମା

ଉତ୍ତରପ୍ରଦେଶ: ଦେଶରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବେସରକାରୀ କର୍ମଚାରୀଙ୍କୁ କରୋନା ହେଲେ ମିଳିବ ୨୮ ଦିନର ଛୁଟି ସହ ଦରମା। ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ବେସରକାରୀ କର୍ମଚାରୀଙ୍କୁ କରୋନା ହେଲେ ୨୮ ଦିନର ଦରମା ଏବଂ ଛୁଟି ମିଳିବ। ଏହା ବ୍ୟତୀତ ଚିକିତ୍ସା ପ୍ରମାଣ ପତ୍ର ମଧ୍ୟ ନିହାତି ଜରୁରୀ । ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ।

ଉକ୍ତ ଚିଠିରେ ବିସ୍ତୃତ ରୁପେ ଉଲ୍ଲେଖ ରହିଛି ଯେ, କୋଭିଡ୍ ଦ୍ୱାରା ଯଦି କୌଣସି ବେସରକାରୀ କର୍ମଚାରୀ ସଂକ୍ରମିତ ହୁଅନ୍ତି ତେବେ ସେମାନଙ୍କୁ ୨୮ ଦିନର ବେତନ ମିଳିବା ସହ ଛୁଟି ମିଳିବ। ଏଥିସହିତ ସରକାରଙ୍କ ତରଫରୁ ବନ୍ଦ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର କର୍ମଚାରୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିବାକୁ ପଡିବ ଏବଂ ଏହା ଅନିର୍ବାଯ୍ୟ।

Leave A Reply

Your email address will not be published.