Odisha Link
Bridging the Missing Links in Odisha

ବରଯାତ୍ରୀ ଦେଖି ପିପିଇ କିଟ୍‌ ପିନ୍ଧି ନାଚିଲେ ଆମ୍ବୁଲାନ୍ସ ଡ୍ରାଇଭର

ପିଇ କିଟ୍‌ ପିନ୍ଧି ଡ୍ରାଇଭର ଜଣକ ଡ୍ୟାନ୍ସ କରିବାକୁ ଆସିବାର ଦେଖି ଲୋକେ ଡରି ତାଙ୍କଠୁ ଦୂରକୁ ଚାଲି ଯାଇଥିଲେ। ପରେ ଯେତେବେଳେ ଡ୍ରାଇଭର ଜଣଙ୍କୁ ଡ୍ୟାନ୍ସ କରିବାର କାରଣ ପଚାରାଗଲା ସେ କହିଥିଲେ ଯେ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନେଇ ଚିନ୍ତାରେ ଦେଶବାସୀ। ଏପରିକି ଦେଶରେ ଦୈନିକ ୨ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏପରିକି ଦେଶର କିଛି ସ୍ଥାନରେ ଅକ୍ସିଜେନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହେବାରେ ଲାଗିଛି। ଅନ୍ୟପଟେ ସ୍ବାସ୍ଥ୍ୟକର୍ମୀ ମାନେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ଏସବୁ ମଧ୍ୟରେ ଉତ୍ତରାଖଣ୍ଡର ହେଲଦ୍ବାନୀର ଏକ ଆମ୍ବୁଲାନ୍ସ ଡ୍ରାଇଭର ଚିନ୍ତା ଦୂର କରିବା ପାଇଁ ଆପଣାଇଛନ୍ତି ଅଲଗା ପନ୍ଥା।

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ। ଯେଉଁଥିରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ପିପିଇ କିଟ୍‌ ପିନ୍ଧି ବରଯାତ୍ରୀରେ ଡ୍ୟାନ୍ସ କରୁଥିବାର ନଜର ଆସିଛି। ହେଲେ ପିପିଇ କିଟ୍‌ ପିନ୍ଧି ଡ୍ରାଇଭର ଜଣକ ଡ୍ୟାନ୍ସ କରିବାକୁ ଆସିବାର ଦେଖି ଲୋକେ ଡରି ତାଙ୍କଠୁ ଦୂରକୁ ଚାଲି ଯାଇଥିଲେ। ପରେ ଯେତେବେଳେ ଡ୍ରାଇଭର ଜଣଙ୍କୁ ଡ୍ୟାନ୍ସ କରିବାର କାରଣ ପଚାରାଗଲା ସେ କହିଥିଲେ ଯେ, ଦିନ ଯାକ ଷ୍ଟ୍ରେସରେ ଥିଲି ତାକୁ ଦୂର କରିବା ପାଇଁ ଟିକେ ନାଚିଥିଲି।

ଆମ୍ବୁଲାନ୍ସ ଡ୍ରାଇଭର ମହେଶ ଆହୁରି କହିଛନ୍ତି ଯେ, ଲଗାତାର କରୋନା ଆକ୍ରାନ୍ତଙ୍କ ମେଡିକାଲ ନେବା ଆଣିବା କାମ କରୁଛି। ଯାହାଫଳରେ ମୁଁ ଚାପରେ ରହୁଛି। ହେଲେ ଯେତେବଳେ ବରଯାତ୍ରୀ ଯାଉଥିବାର ଦେଖିବାକୁ ପାଇଲି ସେତେବେଳେଆଉ ନିଜକୁ ରୋକି ପାରି ନଥିଲି। ବ୍ୟାଣ୍ଡବାଜାର ଧୂନରେ ନାଚିଥିଲି। ଯାହାପରେ ମନ ଟିକେ ହାଲକା ଲାଗିଥିଲା ବୋଲି ମହେଶ କହିଛନ୍ତି।

Leave A Reply

Your email address will not be published.