Odisha Link
Bridging the Missing Links in Odisha

୭୧ ବର୍ଷୀୟ ବାପାଙ୍କର ଦ୍ବିତୀୟ ବିବାହ କରାଇଲା ଝିଅ, ସୋସିଆଲ ମିଡିଆରେ କହିଲେ-ଏକା ରହିବା…

ଜଣେ ୭୧ ବର୍ଷିୟ ବୃଦ୍ଧଙ୍କ ପତ୍ନୀଙ୍କର ମୃତ୍ୟୁ ୫ ବର୍ଷ ତଳେ ହୋଇଥିଲା। ଏବେ ସେହି ବୃଦ୍ଧଙ୍କ ବିବାହ ଜଣେ ମହିଳାଙ୍କ ସହିତ ହୋଇଛି।

ନୂଆଦିଲ୍ଳୀ: ଆଜିର ଆଧୁନିକ ଦୁନିଆରେ ପ୍ରାୟ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଏପରିକିି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ପୋଷ୍ଟ ଭାଇରାଲ ହେଉଥିବାର ଆପଣମାନେ ସମସ୍ତେ ଜାଣିଥିବେ। କେହି କେହି ଡ୍ୟାନ୍ସ , ଗୀତ ଗାଇ ରାତାରାତି ଷ୍ଟାର ହେଇ ଯାଉଛନ୍ତି। ଆଉ ଆବେ ଆଇପିଏଲ ଚାଲିଥିବାରୁ ଷ୍ଟାର ଖେଳାଳିଙ୍କ କିଛି ପୋଷ୍ଟ ଭାଇରାଲ ହେବାରେ ଲାଗିଛି।

ଏସବୁ ମଧ୍ୟରେ ଟ୍ବିଟରରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଜଣେ ୭୧ ବର୍ଷିୟ ବୃଦ୍ଧଙ୍କ ପତ୍ନୀଙ୍କର ମୃତ୍ୟୁ ୫ ବର୍ଷ ତଳେ ହୋଇଥିଲା। ଏବେ ସେହି ବୃଦ୍ଧଙ୍କ ବିବାହ ଜଣେ ମହିଳାଙ୍କ ସହିତ ହୋଇଛି। ଏହି ବିବାହ ବୃଦ୍ଧଙ୍କ ଝିଅ ଆଦିତି କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଇ ଜଣଙ୍କ ବିବାହ ବେଳର ଫଟୋ ବୃଦ୍ଧଙ୍କ ଝିଅ ଟ୍ବିଟରେ ପକାଇବା ପରେ ଖୁବ୍‌ ଭାଇରାଲ ହେବା ସହ ବହୁତ ଲୋକ ଏହାକୁ ପସନ୍ଦ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ଆଦିତି ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଇଏ ହେଉଛନ୍ତି ମୋ ୭୧ ବର୍ଷିୟ ବାପା। ମାଙ୍କ ଦେହାନ୍ତର ୫ ବର୍ଷ ପରେ ଜଣେ ବିଧବା ମହିଳାଙ୍କୁ ବିବାହ କରିଛନ୍ତି ମୋ ବାପା। ମୁଁ ସବୁବେଳେ ଚାହୁଁଥିଲି ଯେ ମୋ ପିତା ଆଉ ଥରେ ବିବାହ କରନ୍ତୁ। କାରଣ କେହି ବି ଏକା ରହିବା କଥା ନୁହେଁ ।’

ଆଦିତି ଆହୁରି କହିଛନ୍ତି ଯେ, ଦେଶରେ ଦ୍ବିତୀୟ ବିବାହ କରିବା ପାଇଁ ଦେଶରେ କୌଣସି ନିର୍ଦ୍ଦିଷ୍ଟ ଆଇନ୍‌ ନାହିଁ। କିଛି ମହିଳା ଏପରି ଥିଲେ ଯେ, ମୁଁ ବିବାହ କଥା କହିବା ବେଳେ ମୋତେ ଟଙ୍କା ମାଗିଥିଲେ। ହେଲେ ପ୍ରକୃତରେ କେହି ବି ଏକା ରହିବା କଥା ନୁହେଁ ଏ ସମାଜରେ ବୋଲି ଆଦିତି କହିଛନ୍ତି।

Leave A Reply

Your email address will not be published.