Odisha Link
Bridging the Missing Links in Odisha

କରୋନା କବଳରେ ଅଶ୍ବିନଙ୍କ ପରିବାର, ୧୦ ଜଣ ପଜିଟିଭ ଚିହ୍ନଟ

ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପରିବାରରେ ମୋଟ ୧୦ ଜଣ ସଦସ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନାଇ ଶୁକ୍ରବାର ତାଙ୍କ ପତ୍ନୀ ପ୍ରୀତି ସୋସିଆଲ ମିଡିଆ ଟ୍ବିଟରରେ ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ: ମହାମାରୀ କରୋନା କରାଳରେ ସାରା ଦେଶ। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ସମସ୍ତଙ୍କ ନିଦ ହଜାଇ ଦେଇଛି। ଏସବୁ ମଧ୍ୟରେ ନିକଟରେ ଆଇପିଏଲ ଅଧାରୁ ଛାଡ଼ି ଘରକୁ ଫେରିଥିବା ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ପରିବାରକୁ ନେଇ ଆସିଛି ବଡ଼ ଖବର।

ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପରିବାରରେ ମୋଟ ୧୦ ଜଣ ସଦସ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନାଇ ଶୁକ୍ରବାର ତାଙ୍କ ପତ୍ନୀ ପ୍ରୀତି ସୋସିଆଲ ମିଡିଆ ଟ୍ବିଟରରେ ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି, ଟ୍ୱିଟ୍‌ କରିବାକୁ ସୁସ୍ଥ ଅନୁଭବ କରୁଛି। ଗୋଟିଏ ସପ୍ତାହ ମଧ୍ୟରେ ଆମ ପରିବାରର ୧୦ଜଣ (୬ବରିଷ୍ଠ, ୪ଶିଶୁ) ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏବେ ଆମେ ବିଭିନ୍ନ ହସ୍ପିଟାଲ୍‌/ଘରେ ଚିକିତ୍ସିତ ହେଉଛୁ । ମୁଁ ଭାବୁଛି ମାନସିକ ସ୍ତର ଅପେକ୍ଷା ଶାରିରୀକ ଭାବେ ଆମେ ଖୁବଶୀଘ୍ର ସୁସ୍ଥ ହୋଇଯିବୁ । ସଂକ୍ରମିତ ହେବାର ପଞ୍ଚମରୁ ଅଷ୍ଟମ ଦିବସ ମୋ ପାଇଁ ସବୁଠୁ କଷ୍ଟଦାୟକ ଥିଲା ।’ସୂଚନାଯୋଗ୍ୟ, ଅଶ୍ୱିନ ଆଇପିଏଲ୍‌ରୁ ବିରତି ନେଇ ପରିବାର ସଦସ୍ୟଙ୍କ ପାଖରେ ରହିଛନ୍ତି ।

ଏପ୍ରିଲ ୨୬ ତାରିଖରେ ଅଶ୍ବିନ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅଧାରୁ ଓହରି ପରିବାର ସହ ରହିବା ପାଇଁ ନିବେଦନ କରିଥିଲେ। ଅପରପକ୍ଷେ ଦିଲ୍ଲୀ କ୍ୟାପିଟାଲ୍ସ ଅଶ୍ବିନଙ୍କରଏଭଳି ସମୟରେ ସମ୍ପୂର୍ଣ୍ଣ ସମର୍ଥନ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏ ନେଇ ଟ୍ୱିଟ୍ କରି ଅଶ୍ୱିନଙ୍କୁ ସମସ୍ତ ପ୍ରକାର ସମର୍ଥନ କରିବା ସହିତ ପରିବାର ଲୋକଙ୍କ ଆରୋଗ୍ୟ କାମନା କରିଥିଲା।

Leave A Reply

Your email address will not be published.